ବିସ୍ଫୋରକ ବୟାନ ଦେଲେ ବରିଷ୍ଠ BJD ନେତା ପ୍ରଭାତ ତ୍ରିପାଠୀ: ବିଜେଡିର ଅବସ୍ଥା କଂଗ୍ରେସ ଭଳି ହେବ

ଭୁବନେଶ୍ୱର: ନିର୍ବାଚନ ହାରିବା ପରଠାରୁ ଏବେ ବି ବିଜେଡି ଅସଜଡା ହୋଇ ରହିଛି । ବିଜେଡି ଏକାଠି ହେଲେ ଯାଇ ବିଜେପି ଓ କଂଗ୍ରେସକୁ ଟକ୍କର ଦେଇପାରିବ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତାପ୍ରଭାତ ତ୍ରିପାଠୀ ।

ସସ୍ମିତଙ୍କ ଔକାତ ନାହିଁ, ବିନା ଭିତିରି ନିର୍ଦ୍ଦେଶରେ ସେ ଏଭଳିତ କରିଥିବେ । ବିଜୁ ଜଦତା ଦଳ ଭିତରେ ଏବେ ୨ଟା ବିଜେଡି ରହିଥିବା କହିଲେ ପ୍ରଭାତ ।

ଗୋଟିଏ ନବୀନଙ୍କ ବିଜେଡି ଆଉ ଗୋଟିଏ ପାଣ୍ଡିଆନଙ୍କ ବିଜେଡି । ଦ୍ୱିତୀୟ ଗୋଷ୍ଠୀରେ କିଛି ବରସ୍କର ହାଁ ଜୀ… ସ୍ୱଭାବର ନେତା ଅଛନ୍ତି ।

ଏ କାର୍ଯ୍ୟକଳାପ ପାଇଁ କଂଗ୍ରେସ ନିପାତ ହୋଇଗଲା । ଯଦି ବିଜେଡି ନିଜରୀ ଭୁଲକୁ ସଶୋଧନ ନ କରେ ତେବେ କଂଗ୍ରେସ ପରି ଦଳର ଅବସ୍ଥା ହେବ ।