fbpx

୫୫ ରନରେ ଦକ୍ଷିଣ ଆଫ୍ରିକା ଅଲଆଉଟ, ମାତ୍ର ୧୫ ରନ ଦେଇ ୬ ୱିକେଟ ନେଲେ ମହମ୍ମଦ ସିରାଜ

ନୂଆଦିଲ୍ଲୀ: ୫୫ ରନରେ ଦକ୍ଷିଣ ଆଫ୍ରିକା ଅଲଆଉଟ। କେପଟାଉନରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟରେ ଚମତ୍କାର ବୋଲିଂ କରିଛି ଟିମ୍ ଇଣ୍ଡିଆ। ଫଳରେ ୨ ଅଙ୍କ ଛୁଇଁ ପାରିଲେନି ୯ ଜଣ ବ୍ୟାଟ୍ସମ୍ୟାନ। ତେବେ ଆଜି ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତି ନେଇଥିଲା। ଯେଉଁଥିରେ ଦଳକୁ ବିପର୍ଯ୍ୟୟର ସାମ୍ନା କରିବାକୁ ପଡିଛି। ଟିମ ଇଣ୍ଡିଆର ବୋଲିଂକୁ ଆଫ୍ରିକା ଦଳ ସାମ୍ନା କରି ପାରିନାହିଁ। ଏଥିରେ ମାତ୍ର ୧୫ ରନ ଦେଇ ୬ ୱିକେଟ ନେଇଛନ୍ତି ମହମ୍ମଦ ସିରାଜ। ଅନ୍ୟପଟେ ଜସପ୍ରୀତ ବୁମରା ଗୋଟିଏ ଏବଂ ମୁକେଶ କୁମାର ୨ଟି ୱିକେଟ ନେଇଛନ୍ତି। ତେବେ ଟିମ ଇଣ୍ଡିଆ ସିରିଜକୁ ୧-୧ ରେ ଶେଷ କରିବାକୁ ଚାହୁଁଛି।

ସୂଚନା ଥାଉ କି, ପ୍ରଥମ ମ୍ୟାଚରେ ଶୋଚନୀୟ ପରାଜୟ ପରେ ଦ୍ୱିତୀୟ ମ୍ୟାଚ ଜିତି ସିରିଜ ବରାବର କରିବାକୁ ଲକ୍ଷ୍ୟ ରଖିଛି ରୋହିତ ସେନା । ନ୍ୟୁଲାଣ୍ଡସରେ ଆଜି ପର୍ଯ୍ୟନ୍ତ ଉଭୟ ଦଳ ମୋଟ ୬ ଥର ମୁହାଁମୁହିଁ ହୋଇଛନ୍ତି । ତେବେ ଟିମ ଇଣ୍ଡିଆ ୪ ଥର ପରାଜୟର ସାମ୍ନା କରିଥିବା ବେଳେ ୨ଟି ଟେଷ୍ଟ ଡ୍ର ରହିଛି । ବର୍ତ୍ତମାନ ସୁଦ୍ଧା କ୍ରିକେଟ ଇତିହାସରେ କେପଟାଉନର ନ୍ୟୁଲାଣ୍ଡସ ଗ୍ରାଉଣ୍ଡରେ କୌଣସି ମ୍ୟାଚରେ ବିଜୟ ହାସଲ କରିନି ଭାରତ। ତେବେ କହିବାକୁ ଗଲେ, କେପଟାଉନରେ ଟିମ ଇଣ୍ଡିଆର ରେକର୍ଡ ଖରାପ ରହିଛି। କାରଣ ୩୧ ବର୍ଷ ମଧ୍ୟରେ ନ୍ୟୁଲାଣ୍ଡସ ଗ୍ରାଉଣ୍ଡରେ ଭାରତ କୌଣସି ବିଜୟ ହୋଇନାହିଁ । ତେଣୁ ଏହି ମ୍ୟାଚରେ ବିଜୟ ହାସଲ କରି ଇତିହାସ ସୃଷ୍ଟି କରିବା ସହ ସିରିଜକୁ ବରାବର କରିବା ପାଇଁ ଚେଷ୍ଟା ଜାରି ରଖିବ।

 

 

Get real time updates directly on you device, subscribe now.