fbpx

ଶ୍ରୀଲଙ୍କାର ଆଉଜଣେ ସପୋର୍ଟ ଷ୍ଟାଫଙ୍କୁ କରୋନା, ଭାରତ-ଶ୍ରୀଲଙ୍କା ସିରିଜ ଉପରେ କଳାବାଦାଲ

ନୂଆଦିଲ୍ଲୀ: ଗତକାଲି ଶ୍ରୀଲଙ୍କାର ବ୍ୟାଟିଂ କୋଚ୍ ଗ୍ରାଣ୍ଟ ଫ୍ଲାୱାର କରୋନା ପଜିଟିଭ ହୋଇଥିବାବେଳେ ଶୁକ୍ରବାର ଶ୍ରୀଲଙ୍କାର ଡାଟା ଆନାଲିଷ୍ଟ ଜି.ଟି ନିରୋଶନ କରୋନା ପଜିଟିଭ ହୋଇଛନ୍ତି । ଯାହାକୁ ନେଇ ଭାରତ-ଶ୍ରୀଲଙ୍କା ସିରିଜ ଉପରେ ଛାଇଯାଇଛି କଳାବାଦଲ ।

ଏଭଳି ସ୍ଥିତିରେ ସିରିଜକୁ ପୁଣି ଥରେ ରି ସିଡ୍ୟୁଲ କରାଯାଉଛି । ପୂର୍ବରୁ ୱାନଡେ ସିରିଜ ଜୁଲାଇ ୧୩ରୁ ଆରମ୍ଭ ହେବାକୁ ଥିବାବେଳେ ଏବେ ଏହାକୁ ଜୁଲାଇ ୧୭ରୁ ଆରମ୍ଭ ହୋଇପାରେ । ଏହି ଗସ୍ତରେ ଟିମ ଇଣ୍ଡିଆକୁ ତିନିଟି ୱାନଡେ ଏବଂ ତିନିଟି ଟି-୨୦ ଖେଳିବାର ଅଛି । ଶିଖର ଧୱନଙ୍କ ନେତୃତ୍ୱରେ ଟିମ ବର୍ତ୍ତମାନ ଶ୍ରୀଲଙ୍କା ଗସ୍ତରେ ଅଛି । ସୂଚନା ଅନୁଯାୟୀ, ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଶନିବାର ସିରିଜର ନୂଆ କାର୍ଯ୍ୟସୂଚୀ ଘୋଷଣା କରିପାରେ ।

Get real time updates directly on you device, subscribe now.