fbpx

ଲିଙ୍ଗରାଜ ମନ୍ଦିରରେ ଶୀତଳଷଷ୍ଠୀ ପାଇଁ ମିଳିଲା ଅନୁମତି

ଭୁବନେଶ୍ୱର, ୨୫ା୫(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଲିଙ୍ଗରାଜରେ ଶୀତଳଷଷ୍ଠୀ ନୀତି ସମ୍ପନ୍ନ କରିବାକୁ ଅନୁମତି ମିଳିଛି । ବ୍ରାହ୍ମଣ ନିଯୋଗକୁ ଅନୁମତି ଦେଇଛି ବିଏମସି । କେବଳ ନୀତି ଦାୟିତ୍ୱରେ ଥିବା ସେବାୟତମାନେ ସାମିଲ ହେବେ । ସେମାନଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇ ଭିତରକୁ ଛଡ଼ାଯିବ । କଟକଣା ଭିତରେ ସମ୍ପନ୍ନ ହେବ ଏହି ନୀତି । ଶୀତଳଷଷ୍ଠୀରେ ସାଜସଜ୍ଜା ଓ ଶୋଭାଯାତ୍ରା ଉପରେ କଟକଣା ଲାଗୁ କରାଯାଇଛି । ଥଣ୍ଡା ଓ କାଶ ପରି ଲକ୍ଷଣ ଥିଲେ ସେମାନଙ୍କୁ ଅନୁମତି ମିଳିବନି । ୭ଜଣ ସେବାୟତରେ ଏହି ନୀତି ସମ୍ପନ୍ନ କରାଯିବ ।

Get real time updates directly on you device, subscribe now.