fbpx

୧ ଜୁନରୁ ବଢିପାରେ ପେଟ୍ରୋଲ ଓ ଡିଜେଲ ଦାମ୍

କରୋନା ସଙ୍କଟ ସମୟରେ ଦରଦାମ୍ ବଢିବାରେ ଲାଗିଛି । ଏହାରି ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ବଢାଇବା ଯୋଜନାରେ ଲାଗିଛନ୍ତି ସରକାର । ଅନ୍ୟପଟେ ମିଜୋରାମ ସରକାର ପେଟ୍ରୋଲ ଉପରେ ୫% ଓ ଡିଜେଲ ଉପରେ ୨.୫% ପ୍ରତିଶତ ବଢାଇଛନ୍ତି । ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗାଙ୍କ ଅଧ୍ୟକ୍ଷତାରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ରାଜ୍ୟ ଅର୍ଥମନ୍ତ୍ରୀ ଲାଲଚମାଲିନା କହିଛନ୍ତି । ୧ ଜୁନରୁ ଡିଜେଲ ଓ ପେଟ୍ରୋଲର ନୂଆ ମୂଲ୍ୟ ଲାଗୁ ହେବ । ପେଟ୍ରୋଲ ଲିଟର ପିଛା ୬୬.୫୪ରୁ ୬୯.୮୭ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ଡିଜେଲ ଲିଟର ପିଛା ୬୦.୪୯ରୁ ୬୨ ଟଙ୍କାକୁ ବୃଦ୍ଧି ପାଇବ । ତେବେ ଆଜି ଦିଲ୍ଲୀ, କୋଲକାତା, ମୁମ୍ବାଇ ଓ ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୭୧.୨୬, ୭୬.୩୧, ୭୩.୩୦ ଓ ୭୫.୫୪ ଟଙ୍କା ରହିଛି ।

Get real time updates directly on you device, subscribe now.