fbpx

ପରଲୋକରେ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅକ୍ଷୟ କୁମାର ରାଉତ

ଭୁବନେଶ୍ୱର,୨୫ା୫(ଓଡିଶା ଭାସ୍କର) : ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅକ୍ଷୟ କୁମାର ରାଉତଙ୍କର ୭୪ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଶିଶୁରୋଗ ଚିକିତ୍ସା ବିଜ୍ଞାନରେ ସେ ବେଶ ସିଦ୍ଧହସ୍ତ ଥିଲେ । ଡାକ୍ତର ରାଉତ ଝାଡ଼ଖର ଟାଟାନଗରରେ ଥିବାବେଳେ ଗରିବ ପରିବାରର ଶିଶୁଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇ ବେଶ୍ ପ୍ରଶଂସା ସାଉଁଟିଥିଲେ ।ଜାମସେଦପୁର ଅଞ୍ଚଳରେ ଜଣେ ଦକ୍ଷ ଶିଶୁରୋଗ ବିଶେଷଜ୍ଞ ଭାବେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ ା ଡାକ୍ତର ରାଉତ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବାଲୁରିଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ମିଶନଶକ୍ତି ର୍ନିେଶିକା ସୁଜାତା ଆର.କାର୍ତ୍ତିକେୟନଙ୍କ ପିତା ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କାର୍ତ୍ତିକେୟନ  ପାଣ୍ଡିଆନଙ୍କ ଶ୍ୱଶୁର ଅଟନ୍ତି । ତାଙ୍କ ମୃତ୍ୟୁରେ ଜାମସେଦପୁର, ଟାଟାନଗର ଓ ସମଗ୍ର ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି ।ଡାକ୍ତର ରାଉତ କିଛିଦିନ ହେବ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିିତ ହେଉଥିଲେ ା

Get real time updates directly on you device, subscribe now.