fbpx

ରୋଟାରି ପକ୍ଷରୁ ପୁରୀରେ ଶୁଖିଲା ଖାଦ୍ୟ ଓ ସାବୁନ ବଣ୍ଟନ

ପୁରୀ, ୨୫/୫ (ଓଡିଶା ଭାସ୍କର): ପୁରୀ ସହରରେ ଦିନମଜୁରିଆମାନଙ୍କୁ ରୋଟାରି ଇଣ୍ଟରନ୍ୟାସନାଲ୍ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ସାଧାରଣ ଲୋକଙ୍କ ସହାୟତା ଦିଗରେ ନିଆଯାଉଥିବା ପଦକ୍ଷେପ ମଧ୍ୟରେ ରୋଟାରି ଇଣ୍ଟରନ୍ୟାସନାଲ୍ ଡିଷ୍ଟ୍ରିକ୍ଟ ୩୨୬୨ କ୍ଷୁଧାକୁ ରୋକିବା ଉପରେ ପ୍ରାଥମିକତା ଦେଇ ଆସିଛି । ପୁରୀର ରୋଟାରିଅନ୍‌ମାନଙ୍କ ସହଯୋଗରେ ରାଜ୍ୟ ରୋଟାରି ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କମିଟି ଶୁଖିଲା ଖଦ୍ୟ ପ୍ୟାକେଟ୍‌, ସାବୁନ୍ ଆଦି ବଣ୍ଟନ କରିଛି । ଦିନ ମଜୁରିଆ, ଦାଦନ ଶ୍ରମିକ, ହକର୍‌, ରିକ୍ସା ଚାଳକ, ଅଟୋ ଚାଳକ, ହୋଟେଲ ଆଟେଣ୍ଡାଂଟ୍ ଆଦି ଯେଉଁମାନେ କୋଭିଡ-୧୯ ତାଲାବନ୍ଦରେ ଆୟ ସଂକୋଚନ ହେତୁ ସର୍ବାଧିକ ପ୍ରଭାବିତ ହୋଇଛନ୍ତି ଏବଂ କ୍ଷୁଧା ଭଳି ସ୍ଥିତିକୁ ସାମ୍ନା କରୁଛନ୍ତି ସେମାଙ୍କ ସହାୟତା ପାଇଁ ଏହି ପଦକ୍ଷେପ ନିଆଯାଇଛି । ବଣ୍ଟା ଯାଇଥିବା ପ୍ୟାକେଟ୍‌ଗୁଡ଼ିକରେ ଚାଉଳ. ଡାଲି, ସୁଜି, ଚିନି, ଆଳୁ, ପିଆଜଠାରୁ ଆରମ୍ଭକରି ଅତ୍ୟାବଶକ ସାମଗ୍ରୀ ଏବଂ ସାବୁନ ଓ ହ୍ୟାଣ୍ଡୱାସ ଆଦି ପ୍ରଦାନ କରାଯାଉଛି । ରାଜ୍ୟ ସରକାର ଏ ଦିଗରେ ଅନେକ ପଦକ୍ଷେପ ନେଉଥିବାବେଳେ ରୋଟାରି ଭୋକିଲାମାନଙ୍କୁ ରିଲିଫ୍ ସାମଗ୍ରୀ ଯୋଗାଣ କରି କ୍ଷୁଧା ମେଣ୍ଟାଇବାର ଉଦ୍ୟମ ଜାରି ରଖିଛି । ଗତ ସପ୍ତାହରେ ଏହି ବଣ୍ଟନ ଦ୍ୱାରା ଏକ ହଜାରରୁ ଅଧିକ ଦିନ ମଜୁରିଆ ଉପକୃତ ହୋଇ ପାରିଥିଲେ । ଆଜି ପୁଣି ଥରେ ରୋଟାରି ଏହି ଖାଦ୍ୟ ପ୍ୟାକେଟ ବଣ୍ଟନ କରିଛି । ସାମାଜିକ ଦୂରତା ରକ୍ଷା କରାଯାଇ ଏହି ଖାଦ୍ୟ ପ୍ୟାକେଟ ବଣ୍ଟନ କରାଯାଉଛି । ଆଗାମୀ ଦିନରେ ମଧ୍ୟ ଏହି କାର୍ଯ୍ୟ ଜାରି ରହିବ ବୋଲି ରୋଟାରି ସିଏସ୍‌ଆର୍ କିମିଟି ତପନ କୁମାର ଚାନ୍ଦ ପ୍ରକାଶ କରିଛନ୍ତି । ରୋଟାରି ଗଭର୍ଣ୍ଣର ଶ୍ରୀ ଦେବାଶିଷ ମିଶ୍ର ଏବଂ ଗଭର୍ଣ୍ଣର (ଇଲେକ୍ଟ) ସୌମ୍ୟକୁମାର ମିଶ୍ର, ସିଏସଆର କମିଟି ଚେୟାରମ୍ୟାନ ତପନ କୁମାର ଚାନ୍ଦ, ରାଜ୍ୟ କମିଟି ସଦସ୍ୟା ଜୟଶ୍ରୀ ମହାନ୍ତିଙ୍କ ସମେତ ରୋଟାରି କ୍ଲବ୍ ପୁରୀ, ରୋଟାରି କ୍ଲବ୍ ଜଗନ୍ନାଥ ଧାମ, ରୋଟାରି କ୍ଲବ୍ ପୁରୀ ଶ୍ରୀକ୍ଷେତ୍ର, ରୋଟାରି କ୍ଲବ୍ ପୁରୀ ନୀଳାଚଳ ଏବଂ ରୋଟାରି ଇଣ୍ଟରନ୍ୟାସନାଲର ଏହିଭଳି ସମାଜସେବା କାର୍ଯ୍ୟକୁ ସାଧାରଣରେ ଏବଂ ବିଶେଷକରି ଦିନ ମଜୁରିଆ, ଅଟୋଚାଳକ, ହକର୍‌, ହୋଟେଲ ଆଟେଣ୍ଡାଟ୍ ସଂଘଗୁଡ଼ିକ ପକ୍ଷରୁ ପ୍ରଶଂସା କରାଯାଇଛି ।

Get real time updates directly on you device, subscribe now.