fbpx
BJD SKY
BJD SKY

ସୁନ୍ଦରୀ ପାଇଁ ନବୀନଙ୍କୁ ଶିବରାଜଙ୍କ ଚିଠି

BJD

ଭୁବନେଶ୍ୱର, ୯ା୧୨ (ଓଡିଶା ଭାସ୍କର): ୨୦୧୮ରେ ୨ଟି ବାଘ ମଧ୍ୟପ୍ରଦେଶରୁ ଓଡ଼ିଶା ଆସିଥିଲେ । ସେମାନଙ୍କ ମଧ୍ୟରେ ଓଡ଼ିଶା ଆସିଥିବା ବାଘୁଣୀ ସୁନ୍ଦରୀର ସ୍ୱାସ୍ଥ୍ୟାବସ୍ଥା ନେଇ ଚିନ୍ତାପ୍ରକଟ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ଏନେଇ ଶିବରାଜ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଚିଠି ଲେଖିଥିବା ଜଣାପଡ଼ିଛି । ସେ ଚିଠିରେ ସୁନ୍ଦରୀକୁ ଅନୁକୂଳ ପରିବେଶରେ ରଖିବା ପାଇଁ ଲେଖିଛନ୍ତି । ମଧ୍ୟପ୍ରଦେଶର କାହ୍ନା ଟାଇଗର ରିଜର୍ଭକୁ ସୁନ୍ଦରୀ ଫେରିବା ପର୍ଯ୍ୟନ୍ତ ତା’ର ଦେଖାଶୁଣା ଠିକଭାବେ କରିବାକୁ ସେ ଅନୁରୋଧ କରିଛନ୍ତି । ବାଘ ମହାବୀରର ମୃତ୍ୟୁ ପରେ ବାଘୁଣୀ ସୁନ୍ଦରୀକୁ ଏନକ୍ଲୋଜରରେ ରଖାଯାଇଥିଲା । ଜଣେ ମୁଖ୍ୟମନ୍ତ୍ରୀଙ୍କର ବନ୍ୟପ୍ରାଣୀଙ୍କ ପ୍ରତି ଏତାଦୃଶ ଭଲପାଇବା ତାଙ୍କୁ ଜନମାନସରେ ପ୍ରଶଂସାର ପାତ୍ର କରାଇଛି ।

Get real time updates directly on you device, subscribe now.