fbpx

ଡିସେମ୍ବର ୧ରୁ ଲାଗୁ ହେବ ୬ଟି ବଡ଼ ନିୟମ! Bank, ପେନସନ, ଟ୍ରେନ, LPG, ବୀମା, ATM ନିୟମରେ ହେବ ପରିବର୍ତ୍ତନ

ନୂଆଦିଲ୍ଲୀ: ସାଧାରଣ ଭାବେ ପ୍ରତ୍ୟେକ ମାସ ଆରମ୍ଭରୁ କିଛି ନୂଆ ନିୟମ ଲାଗୁ ହୋଇଥାଏ । ଏପରି ସ୍ଥଳେ ଡିସେମ୍ବର ୧ ତାରିଖରୁ ଲାଗୁ ହେବାକୁ ଯାଉଥିବା ନିୟମ ଦ୍ୱାରା ଗ୍ରାହକମାନେ ପ୍ରଭାବିତ ହୋଇପାରନ୍ତି । ସିଏନଜି ଓ ଏଲପିଜି ଦର, ଟ୍ରେନ ଟାଇମିଂ, ପେନସନ ଲାଇଫ୍ ସାର୍ଟିଫିକେଟ, ବ୍ୟାଙ୍କିଂ ନେଣଦେଣ, ଇନ୍ସ୍ୟୁରାନ୍ସ ଆଦି କ୍ଷେତ୍ରରେ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳିପାରେ ।

୧- ଡିସେମ୍ବର ୧ ତାରିଖରୁ ଥାର୍ଡ ପାର୍ଟି ଇନ୍ସ୍ୟୁରାନ୍ସରେ ପରିବର୍ତ୍ତନ ଦେଖିବାକୁ ମିଳିବ । ଥାର୍ଡ ପାର୍ଟି ବୀମା କ୍ଷେତ୍ରରେ ସର୍ଭିସ ଚାର୍ଜ ବୃଦ୍ଧି ଦେଖିବାକୁ ମିଳିପାରେ ।

୨- ଡିସେମ୍ବର ପହିଲାରୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମରୁ ଅର୍ଥ କାଢ଼ିବା ନିୟମ ବଦଳିପାରେ । ମେଶିନରେ କାର୍ଡ ଭର୍ତ୍ତି କରିବା ପରେ ଆପଣଙ୍କ ଫୋନକୁ ଏକ ଓଟିପି ଆସିବ । ତାହାକୁ ଭରିବା ପରେ ଆପଣମାନେ ଅର୍ଥ ଉଠାଇ ପାରିବେ ।

୩- ସରକାରଙ୍କ ପକ୍ଷରୁ ମାସ ପହିଲାରୁ ସିଏନଜି, ପିଏନଜି ଓ ଏଲପିଜି ଦର ସ୍ଥିର କରାଯାଇଥାଏ । ତେଣୁ ମାସ ପହିଲାରୁ ଏଥର ଦର ବୃଦ୍ଧି ହୋଇପାରେ ।

୪- ପେନସନଧାରୀଙ୍କ ପାଇଁ ଲାଇଫ୍ ସାର୍ଟିଫିକେଟ ଜମା କରିବାର ଅନ୍ତିମ ସମୟସୀମା ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ରହିଛି । ତେଣୁ ଯେଉଁମାନେ ଏହି ଅବଧି ମଧ୍ୟରେ ଜମା କରିନଥିବେ, ସେମାନଙ୍କର ପେନସନ ଅଟକି ଯାଇପାରେ ।

୫- ଡିସେମ୍ବର ମାସରେ ମୋଟ ୧୩ ଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବ । ତେଣୁ ଏହାର ପ୍ରଭାବ ସିଧାସଳଖ ଭାବେ ଗ୍ରାହକଙ୍କ ଉପରେ ପଡ଼ିବାର ସମ୍ଭାବନା ରହିଛି ।

୬- ପାଣିପାଗକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ କିଛି ଟ୍ରେନର ଟାଇମିଂରେ ପରିବର୍ତ୍ତନ କରାଯାଇଛି । ୨୦୨୨ ମସିହା ଡିସେମ୍ବରଠାରୁ ୨୦୨୩ ମସିହା ମାର୍ଚ୍ଚ ସୁଦ୍ଧା ପାଖାପାଖି ୫୦ଟି ଟ୍ରେନକୁ ରଦ୍ଦ କରାଯାଇଛି ।

Get real time updates directly on you device, subscribe now.