fbpx

କଂଗ୍ରେସର ୭ ସାଂସଦଙ୍କୁ ନିଲମ୍ବନ ମାମଲା: ଯାଞ୍ଚ କମିଟି ପାଇଁ ଘୋଷଣା କଲେ ବାଚସ୍ପତି

ନୂଆଦିଲ୍ଲୀ,୬ ।୩: କଂଗ୍ରେସର ୭ ଲୋକସଭା ସାଂସଦଙ୍କୁ ନିଲମ୍ବନ ଘଟଣାରେ ଆଜି ଗୃହରେ ହଙ୍ଗାମା ଆରମ୍ଭ ହୋଇଥିଲା । ଏହାକୁ ନେଇ ଏକ ଯାଞ୍ଚ କମିଟି ଗଠନ ହେବ ବୋଲି ଲୋକସଭାର ବାଚସ୍ପତି ଓମ୍ ବିର୍ଲା କହିଛନ୍ତି । ସଦନରେ ୨ରୁ ୫ ମାର୍ଚ୍ଚ ପର୍ଯ୍ୟନ୍ତ କଣ ହୋଇଥିଲା, ତାହା ଯାଞ୍ଚ କମିଟି କହିବ । ଅନ୍ୟପଟେ ସଂସଦରେ ହଙ୍ଗାମା ଯୋଗୁଁ ଉଭୟ ଲୋକସଭା ଓ ରାଜ୍ୟସଭା ଆସନ୍ତା ୧୧ ତାରିଖ ଯାଏଁ ମୁଲତବି ରହିଛି ।

ଉଲ୍ଲେଖଯୋଗ୍ୟ ଯେ, ଗତ ଗୁରୁବାର ଦିନ କଂଗ୍ରେସର ୭ ଲୋକସଭା ସାଂସଦଙ୍କୁ ଗୃହରୁ ନିଲମ୍ବିତ କରିଛନ୍ତି ବାଚସ୍ପତି ଓମ ବିର୍ଲା । ନିଲମ୍ବିତ ହୋଇଥିବା ୭ କଂଗ୍ରେସ ସାଂସଦ ହେଉଛନ୍ତି – ଗୌରବ ଗୋଗୋଇ, ଗୁରଜିତ ସିଂ, ଟିନ୍ ପ୍ରାଥପନ୍, ଡିନ୍ କୁରିଅକୋଶ, ଆର ଅନ୍ନିତାନ୍, ମାଣିକମ୍ ଟାଗୋର, ବେନି ବେହାନନ୍ । ଲୋକସଭାରେ ହଙ୍ଗାମା କରୁଥିବା କାରଣରୁ ବାଚସ୍ପତି ୭ ସାଂସଦଙ୍କୁ ନିଲମ୍ବିତ କରିଥିବା ସୂଚନା ମିଳିଛି । ସାଂସଦମାନେ ଦିଲ୍ଲୀ ହିଂସାକୁ ନେଇ ଚର୍ଚ୍ଚା କରିବା ସହ ଗୃହରେ ହଙ୍ଗାମା କରିଥିଲେ ।

Get real time updates directly on you device, subscribe now.