fbpx

ନିର୍ଭୟା ମାମଲା, ପୁଣିଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା ଦୋଷୀ ମୁକେଶ

ନୂଆଦିଲ୍ଲୀ, ୬ା୩: ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ପୁଣିଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଦୋଷୀ ମୁକେଶ । ପୂର୍ବ ଓକିଲ ଚାପ ପକାଇ କ୍ୟୁରେଟିଭ ଆବଦେନ ଦାଖଲ କରାଇଥିବା ସେ ଅଭିଯୋଗ କରିଛି । ପୂର୍ବ ଓକିଲ ବୃନ୍ଦା ଗ୍ରୋଭର ଚାପ ପକାଇଥିବା ଅଭିଯୋଗ ମଧ୍ୟ ସେ କରିଛି । ଆଉ ଥରେ କ୍ୟୁରେଟିଭ ଆବେଦନ ପାଇଁ ସୁଯୋଗ ମିଳିବାକୁ ସେ ଅନୁରୋଧ କରିଛି । ସେହିପରି ଆଉଥରେ ରାଜକ୍ଷମା ଆବେଦନ ପାଇଁ ମଧ୍ୟ ସେ ଆବେଦନ କରିଛି ।
ଗତକାଲି ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ୪ଦୋଷୀଙ୍କୁ ଫାଶି ଦେବା ପାଇଁ ସାନି ଡ଼େଥ ୱାରେଣ୍ଟ ଜାରି ହୋଇଥିଲା । ମାର୍ଚ୍ଚ ୨୦ରେ ୪ଦୋଷୀ ଅକ୍ଷୟ, ପବନ, ବିନୟ ଓ ମୁକେଶକୁ ଫାଶି ଦିଆଯିବ । ମାର୍ଚ୍ଚ ୨୦ ସକାଳ ୫ଟା ୩୦ରେ ଫାଶି ଦିଆଯିବା ନେଇ ସମୟ ଧାର୍ଯ୍ୟ କରାଯାଇଛି । ଏନେଇ ନୂଆ ଡ଼େଥ୍ ୱାରେଣ୍ଟ ଜାରି କରିଥିଲେ ପଟିଆଲା ହାଉସ କୋର୍ଟ ।
ଉଲ୍ଲେଖଯୋଗ୍ୟ ଯେ ମାର୍ଚ୍ଚ ୩ରେ ହେବାକୁ ଥିବା ଫାଶୀ ଉପରେ ସ୍ଥଗିତାଦେଶ ଲଗାଇଥିଲେ ଦିଲ୍ଲୀ ପଟିଆଲା ହାଉସକୋର୍ଟ । ତେଣୁ ୩ତାରିଖ ଦିନ ଚାରି ଦୋଷୀଙ୍କୁ ଫାଶି ଦିଆଯାଇ ନଥିଲା । ଏହାକୁ ମିଶି ୩ଥର ଘୁଞ୍ଚିଥିଲା ଫାଶି ତାରିଖ । ପୂର୍ବରୁ ଜାନୁଆରି ୨୨, ପେବୃଆରୀ ୧ ଓ ମାର୍ଚ୍ଚ ୩ ରେ ମଧ୍ୟ ଡ଼େଥ ୱାରେଣ୍ଟ ଉପରେ ରୋକ୍ ଲଗାଇଥିଲେ ପଟିଆଲା ହାଉସକୋର୍ଟ । ଫାଶୀ ଆଳରୁ ବଞ୍ଚିବା ପାଇଁ ଦୋଷୀମାନେ ନୂଆ ନୂଆ ଚାଲ୍ ଖେଳିବାରେ ଲାଗିପଡ଼ିଛନ୍ତି ।

Get real time updates directly on you device, subscribe now.