fbpx

କାଲିଯାଏଁ ଘୁର୍ଣ୍ଣିଝଡ ସହ ବର୍ଷା ଆଶଙ୍କା: ୧୨ଟି ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ

ଭୁବନେଶ୍ୱର,୬ ।୩(ଓଡିଶା ଭାସ୍କର): ରାଜ୍ୟର କେତେକ ଜିଲ୍ଲାରେ ଘୂର୍ଣ୍ଣିଂ ଝଡ ସହ ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କା ରହିଛି । ଏହାର ପ୍ରଭାବ ଆସନ୍ତାକାଲି ଯାଏଁ ରହିବ । ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ବର୍ଷା ହେବାର ଆଶଙ୍କା ରହିଛି । ଏନେଇ ରାଜ୍ୟର ୧୨ଟି ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ୧୨ଟି ଜିଲ୍ଲା ହେଉଛି- ସୁନ୍ଦରଗଡ, ଝାରସୁଗୁଡା, ବୌଦ୍ଧ, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ. କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, ଅନୁଗୁଳ, କଟକ ଓ ଢେଙ୍କାନାଳ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ମିଳିଛି ।

Get real time updates directly on you device, subscribe now.