fbpx

କରୋନା ଭାଇରସ୍ , ବନ୍ଦ ରହିବ ବାୟୋମେଟ୍ରିକ ଉପସ୍ଥାନ

ଭୁବନେଶ୍ୱର, ୬ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କରୋନା ଭାଇରସ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଏନେଇ ଚାରିଆଡ଼େ ଭୟର ଆତଙ୍କ ମଧ୍ୟ ଖେଳିଛି । ଏହାରି ମଧ୍ୟରେ ସରକାରୀ କାର୍ଯ୍ୟାଳୟରେ ବାୟୋମେଟ୍ରିକ ଉପସ୍ଥାନ ଏଣିକି ବନ୍ଦ ରଖାଯିବା ନେଇ ସୂଚନା ମିଳିଛି । ସମସ୍ତ ମନ୍ତ୍ରାଳୟ ଓ ଅଫିସରେ ବାୟୋମେଟ୍ରିକ ଉପସ୍ଥାନ ବନ୍ଦ ରହିବ । ମାର୍ଚ୍ଚ ୩୧ପର୍ଯ୍ୟନ୍ତ ବାୟୋମେଟ୍ରିକ ଉପସ୍ଥାନ ଉପରେ ରୋକ୍ ଲଗାଯାଇଛି । କରୋନା ଭୂତାଣୁ ନେଇ ବାୟୋମେଟ୍ରିକ ଉପସ୍ଥାନ ବନ୍ଦ ରହିବ । ବାୟୋମେଟ୍ରିକ ବଦଳରେ ଉପସ୍ଥାନ ଖାତା ବ୍ୟବହାର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ ଚୀନରେ କରୋନାରେ ପ୍ରାୟ ୩୧୦୦ରୁ ଉଦ୍ଧ୍ୱର୍ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି । ସେହିପରି ଭାରତରେ ମଧ୍ୟ ୩୦ଜଣ କରୋନାରେ ଆକ୍ରାନ୍ତ ଅଛନ୍ତି ।

Get real time updates directly on you device, subscribe now.