fbpx

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ କ୍ଲିନଟନଙ୍କ ବଡ ଖୁଲାସା- “ଟେନସନ୍ କମାଇବା ପାଇଁ ମୋନିକାଙ୍କ ସହ ରଖିଥିଲି ସମ୍ପର୍କ”

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ କ୍ଲିଣ୍ଟନ୍ ଶେଷରେ ମୋନିକା ଲୁଇସ୍କିଙ୍କ ସହ ଶାରୀରିକ ସମ୍ପର୍କ ଥିବା କଥାକୁ ସ୍ୱୀକାର କରିଛନ୍ତି । ଏହା ପଛରେ ଥିବା କାରଣକୁ ମଧ୍ୟ ସେ ସର୍ବସମ୍ମୁଖରେ ପ୍ରକାଶ କରିଛନ୍ତି । ଏହି କଥା ସେ ନିଜ ପତ୍ନୀ ହିଲାରୀ କ୍ଲିଣ୍ଟନଙ୍କୁ ହୁଲୁ ନାମକ ଏକ ମିଡିଆ ସଂସ୍ଥାର ଡକ୍ୟୁମେଣ୍ଟାରୀ ‘ହିଲାରୀ’ରେ କହିଥିଲେ । ଏହି ଡକ୍ୟୁମେଣ୍ଟାରୀରେ ହିଲାରୀ କ୍ଲିଣ୍ଟନଙ୍କ ଜୀବନୀ ଉପରେ ଦର୍ଶାଯାଇଛି ।

ତେବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି କହିଛନ୍ତି ଯେ, ‘ମୋନିକା ଲୁଇସ୍କିଙ୍କ ସହ ଯେତେବେଳେ ମୋର ଭେଟ ହୋଇଥିଲା, ସେତେବେଳେ ମୋ ଉପରେ ବହୁତ କାମର ଚାପ ରହୁଥିଲା । ପ୍ରତିଦିନ ବହୁତ କାମ ହେଉଥିଲା । କାର୍ଯ୍ୟ ଚାପକୁ କମାଇବା ପାଇଁ ମୁଁ ମୋନିକାଙ୍କ ସହ ଶାରୀରିକ ସମ୍ବନ୍ଧ ରଖିଥିଲି ।’

ଏହା ସହ ଡକ୍ୟୁମେଣ୍ଟାରରରେ ମୋନିକାଙ୍କୁ ବିଲ୍ କ୍ଲିଣ୍ଟନ କ୍ଷମା ମଧ୍ୟ ମାଗିଛନ୍ତି । ମୋନିକାଙ୍କ ସହ ପ୍ରେମ ସମ୍ପର୍କ ରଖିବା କାରଣରୁ ତାଙ୍କ ବ୍ୟକ୍ତିଗତ ଜୀବନ ନର୍କ ହୋଇଥିଲା ବୋଲି ବିଲ୍ କ୍ଲିଣ୍ଟନ ଅନୁତାପ କରିଛନ୍ତି । ସେ କହିଛନ୍ତି ଯେ, ଯେତେବେଳେ ଆପଣ ଏକ ସାଧାରଣ ଜୀବନ ବଞ୍ଚିବାକୁ ଚାହୁଁଥିବେ, ସେତେବେଳେ କାମ ଚାପରେ ଆସି ଏପରି କିଛି ଭୁଲ୍ କରିବସନ୍ତି ।

ଅନ୍ୟପଟେ ପତ୍ନୀ ହିଲାରୀ କ୍ଲିଣ୍ଟନଙ୍କୁ ପ୍ରଂଶସା କରି ବିଲ କ୍ଲଣ୍ଟନ କହିଛନ୍ତି ଯେ, ‘ଖରାପ ସମୟରେ ବି ହିଲାରୀ ମୋ ସହ ରଖିଛନ୍ତି । ସତ୍ୟତା ଜଣାପଡିବା ପରେ ଆମ ବ୍ୟକ୍ତିଗତ ଜୀବନ ଅସନ୍ତୁଳିତ ହୋଇଥିଲା ସତ, ମାତ୍ର ସେ ମୋତେ ଛାଡିନଥିଲେ ।’

Get real time updates directly on you device, subscribe now.