OTET ପ୍ରଶ୍ନପତ୍ର ଲିକ୍‌ ମାମଲା: ବନ୍ଧା ହେଲେ ୬ ଅଭିଯୁକ୍ତ

OTET ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଓଡ଼ିଶା ପୋଲିସର କ୍ରାଇମ୍‌ବ୍ରାଞ୍ଚ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଭୁବନେଶ୍ବର: ଓଡ଼ିଶା ଟିଚର ଇଲିଜିବିଲିଟି ଟେଷ୍ଟ (OTET) ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଓଡ଼ିଶା ପୋଲିସର କ୍ରାଇମ୍‌ବ୍ରାଞ୍ଚ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପ୍ରସମିଟରେ ଏ ନେଇ ସୂଚନା ଦେଲେ କ୍ରାଇମବ୍ରଞ୍ଚ ଡିଜି । ଡାଟା ଏଣ୍ଟ୍ରି ଅପରେଟର ଜରିଆରେ ଲିକ ହୋଇଥିବା ଜଣାପଡ଼ିଛି ।

ଗିରଫ ଅଭିଯୁକ୍ତମାନେ ହେଲେ ଜୀତନ ମହାରାଣା, ବିଜୟ କୁମାର ମିଶ୍ର, ସନାତନ ବିଶୋୟୀ, ରାମଜୀ ପ୍ରସାଦ ଗୁପ୍ତା, ଅଜୟ କୁମାର ସାହୁ ଓ ଜୟନ୍ତ କୁମାର ରାଉତ।

ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ମାମଲାରେ ୬ ଜଣ ଅଭିଯୁକ୍ତଙ୍କ ଗିରଫ ନେଇ କ୍ରାଇମବ୍ରାଞ୍ଚ ଡିଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଡାଟା ଏଣ୍ଟ୍ରି ଅପରେଟର ଜରିଆରେ ପ୍ରଶ୍ନପତ୍ର ଲିକ୍‌ ହୋଇଛି। ବୋର୍ଡ ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣାଙ୍କ ଏଥିରେ ସମ୍ପୃକ୍ତି ରହିଛି। ତାଙ୍କ ଆକାଉଣ୍ଟକୁ ୨ ଲକ୍ଷ ୪୦ ହଜାର ଯିବାର ପ୍ରମାଣ ମିଳିଛି। ଏହି ପ୍ରଶ୍ନପତ୍ର ଲିକ୍‌ ବାଲେଶ୍ବରରୁ କୋରାପୁଟ ପର୍ଯ୍ୟନ୍ତ ବ୍ୟାପିଛି।