fbpx

ହିମାଚଳ ପ୍ରଦେଶ: କ୍ରସ୍ ଭୋଟିଂ କରିଥିବା ୬ ଜଣ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କଲେ ବାଚସ୍ପତି

ନୂଆଦିଲ୍ଲୀ: ଗତ ୨୭ ତାରିଖରେ ରାଜ୍ୟସଭା ନିର୍ବାଚନର ମତଦାନ ସମୟରେ ହିମାଚଳ ପ୍ରଦେଶରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ଆବଶ୍ୟକ ବିଧାୟକ ଥାଇ ମଧ୍ୟ କ୍ରସ୍ ଭୋଟିଂ କାରଣରୁ କଂଗ୍ରେସ ପ୍ରାର୍ଥୀ ଅଭିଷେକ ମନୁ ସିଙ୍ଘଭୀ ପରାଜୟ ବରଣ କରିଥିଲେ ଓ ବିଜେପି ପ୍ରାର୍ଥୀ ହର୍ଷ ମହାଜନ ବିଜୟୀ ହୋଇଥିଲେ । ତେବେ କ୍ରସ୍ ଭୋଟିଂ କରିବା ଏବେ ସମସ୍ତ ବିଧାୟକଙ୍କୁ ମହଙ୍ଗା ପଡ଼ିଛି ।

କ୍ରସ ଭୋଟିଂ କରିଥିବା ୬ ଜଣ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି ବିଧାନସଭାର ବାଚସ୍ପତି କୁଲଦୀ ସିଂହପ ପଠାନିୟା । ଏହି ବିଧାୟକମାନେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିଥିଲେ, ମାତ୍ର ଦଳୀୟ ହ୍ୱିପ ଉଲ୍ଲଂଘନ କରିଥିଲେ । ନିଜ ଦଳର ପ୍ରାର୍ଥୀଙ୍କୁ ସେମାନେ ଭୋଟ ଦେଇନଥିଲେ । ତେଣୁ ସେମାନଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି । ଏହି ମାମଲାରେ ସମସ୍ତ ପକ୍ଷଙ୍କ ଆବେଦନ ଶୁଣିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଥିବା ବାଚସ୍ପତି କହିଛନ୍ତି ।

ଦଳ ବଦଳ ଆଇନ ଅନୁସାରେ ୬ ଜଣ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କ୍ରସ୍ ଭୋଟିଂ କରିଥିବା ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କିଛି ବିଧାୟକ ଓ ମନ୍ତ୍ରୀ ହର୍ଷ ବର୍ଦ୍ଧନ ଅଭିଯୋଗ କରିଥିଲେ । ଦୁଇ ପକ୍ଷଙ୍କ ଅଭିଯୋଗକୁ ଆଧାର କରି ବାଚସ୍ପତି ଶେଷରେ ନିଷ୍ପତ୍ତି ନେଇଥିଲେ । ରାଜେନ୍ଦ୍ର ସିଂହ ରାଣା, ସୁଧିର ଶର୍ମା, ଚୌତନ୍ୟ ଶର୍ମା, ଇନ୍ଦର ଦତ୍ତ, ଦେବେନ୍ଦର ଭୂଟ୍ଟୋ କ୍ରସ୍ ଭୋଟିଂ କରିଥିଲେ ।

Get real time updates directly on you device, subscribe now.