fbpx

ପ୍ରତି ୪ ବର୍ଷରେ କାହିଁକି ଆସିଥାଏ Leap Year ? ଫେବୃଆରୀ ମାସରେ 29 ଦିନ ରହିବା ପଛରେ ଜାଣନ୍ତୁ ଇତିହାସ

ଓଡ଼ିଶା ଭାସ୍କର: ଚଳିତ ବର୍ଷର ଫେବୃଆରୀ ମାସ ବିଶେଷ ଅଟେ । ଏଥର ଫେବୃଆରୀ ମାସରେ ୨୯ ଦିନ ରହିଛି । ଆପଣମାନେ ଅନେକ ଥର ଚିନ୍ତା କରିଥିବେ ଯେ ଅନ୍ୟ ମାସ ପରି ଫେବୃଆରୀ ମାସରେ ୩୧ ଦିନ କାହିଁକି ନାହିଁ ? ପ୍ରତି ୪ ବର୍ଷରେ ଫେବୃଆରୀ ମାସରେ ୨୯ ଦିନ କ’ଣ ପାଇଁ ଆସେ? ଏହା ଭୁଲ ବଶତଃ ନା ଏହା ପଛରେ କୌଣସି ବୈଜ୍ଞାନିକ କାରଣ ରହିଛି ?

ବାସ୍ତବରେ ବିଶ୍ୱରେ ଯାହା ବି ଘଟିତ ହୁଏ ତା’ ପଛରେ ବୈଜ୍ଞାନିକ କାରଣ ରହିଥାଏ । ସୋଲାର ଇୟର ସହ ଆମ କ୍ୟାଲେଣ୍ଡର ଇୟର ମେଳ ହେବା ପାଇଁ ପ୍ରତି ୪ ବର୍ଷରେ ଥରେ ଫେବୃଆରୀରେ ୨୯ ଦିନ ରହିଥାଏ । ଏହାକୁ Leap Year କୁହାଯାଏ । ପ୍ରାୟ ସମସ୍ତଙ୍କ ଏହା ଧାରଣା ଥାଏ ଯେ ପୃଥିବୀ ସୂର୍ଯ୍ୟର ପରିକ୍ରମା କରିବା ପାଇଁ ୩୬୫ ଦିନ ସମୟ ନେଇଥାଏ । କିନ୍ତୁ ବାସ୍ତବରେ ଏପରି ହୁଏ ନାହିଁ । ଏହାକୁ ଠିକ୍ କରିବା ପାଇଁ ପ୍ରତି ୪ ବର୍ଷରେ ଥରେ Leap Year ଆସିଥାଏ । କହିରଖୁଛୁ ପୂର୍ବରୁ ଫେବୃଆରୀ ମାସରେ ୨୮ କିମ୍ବା ୨୯ ଦିନ ନୁହେଁ ବରଂ ୩୦ ଦିନ ରହିଥିଲା । କିନ୍ତୁ ରୋମ୍ ସମ୍ରାଟ Caesar Augustuଙ୍କ ଅହଂକାର କାରଣରୁ ଏପରି ହୋଇଥିଲା ।

ଫେବୃଆରୀରେ ୨୮ କିମ୍ବା ୨୯ ଦିନ ରହିବା ପଛର ଇତିହାସ

ଖ୍ରୀଷ୍ଟଙ୍କ ଜନ୍ମର ୪୬ ବର୍ଷ ପୂର୍ବ(BC)ରୁ ରୋମ୍ ସମ୍ରାଟ Julius Caesar ନୂଆ ଗଣନାକୁ ଆଧାର କରି ଏକ ନୂତନ କ୍ୟାଲେଣ୍ଡର ପ୍ରସ୍ତୁତ କରିଥିଲେ । ବାର(୧୨) ମାସ ବିଶିଷ୍ଟ ଥିଲା ଏହି କ୍ୟାଲେଣ୍ଡର । ତେବେ ୪୪BCରେ Julius Caesarଙ୍କୁ ହତ୍ୟା କରାଯାଇଥିଲା । ତାଙ୍କ ସମ୍ମାନରେ କ୍ୟାଲେଣ୍ଡରର ସପ୍ତମ ମାସ ‘ଜୁଲାଇ’ ଭାବରେ ନାମିତ ହୋଇଥିଲା । ଜୁଲାଇ ମାସରେ ୩୧ ଦିନ ଥିଲା । ତାଙ୍କ ପରେ Caesar Augustus ରୋମର ସମ୍ରାଟ ହେଲେ । କ୍ୟାଲେଣ୍ଡରର ଅଷ୍ଟମ ମାସ Caesar Augustus ଙ୍କ ନାଁରେ ‘ଅଗଷ୍ଟ’ ଭାବେ ନାମିତ କରାଗଲା । କିନ୍ତୁ ଅଗଷ୍ଟ ମାସରେ ୨୯ ଦିନ ଥିବାରୁ ସେ Julius Caesarଙ୍କ ଉପରେ କ୍ରୋଧିତ ହେଲେ । ଏବଂ କ୍ୟାଲେଣ୍ଡରରେ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନେଲେ । ଏହି ପରିବର୍ତ୍ତନ ସ୍ୱରୂପ ଅଗଷ୍ଟ ମାସରେ ୩୧ ଦିନ ଏବଂ ଫେବୃଆରୀରେ ୨୮ ଦିନ ହୋଇଗଲା ।

କାହିଁକି ୪ ବର୍ଷରେ ଥରେ ଯୋଡ଼ା ହେଲା ଗୋଟିଏ ଦିନ ?

Julius Caesar ରୋମର ସମ୍ରାଟ ହେବା ପୂର୍ବରୁ ଯେଉଁ କ୍ୟାଲେଣ୍ଡର ଥିଲା ସେଥିରେ ୩୫୫ ଦିନ ଥିଲା । ସେବେଠାରୁ ସୋଲାର ଇୟର ସହ କ୍ୟାଲେଣ୍ଡର ଇୟର ମେଳ କରିବା ପାଇଁ ପ୍ରତି ଦୁଇ ବର୍ଷରେ ୨୨ ଦିନ ଯୋଡ଼ା ହେଉଥିଲା । କିନ୍ତୁ ଏଥିରେ ସମସ୍ୟା ହେବା କାରଣରୁ Julius Caesar ନୂତନ ଭାବେ ଗଣନା କରିଲେ ଯେଉଁଥିରୁ ଜଣାପଡ଼ିଲା ଯେ ପୃଥିବୀକୁ ସୂର୍ଯ୍ୟର ପରିକ୍ରମା କରିବା ପାଇଁ ୩୬୫ ଦିନ ୬ ଘଣ୍ଟାର ସମୟ ଲାଗିଥାଏ । ତେଣୁ ସେ ୩୬୫ ଦିନର କ୍ୟାଲେଣ୍ଡର ନିର୍ମାଣ କରିଥିଲେ । ଏହା ସହ ସେ ବିଶିଷ୍ଟ ଜ୍ୟୋତିର୍ବିଜ୍ଞାନୀ ସୋସିଜେନେସଙ୍କୁ ଏହି ଅତିରିକ୍ତ ଘଣ୍ଟାର ସମାଧାନ କରିବାକୁ କହିଥିଲେ । ଏଥିପାଇଁ ଜ୍ୟୋତିର୍ବିଜ୍ଞାନୀ ପ୍ରତି ୪ ବର୍ଷରେ ଥରେ ଗୋଟିଏ ଦିନ ବୃଦ୍ଧି କରିବା ପାଇଁ ପରାମର୍ଶ ଦେଇଥିଲେ ।

Get real time updates directly on you device, subscribe now.