fbpx

କୁକୁର ଆକ୍ରମଣରୁ ନିଜକୁ ବଞ୍ଚାଇବାକୁ ଯାଇ ଏକ ଖୋଲା ବୋରୱେଲରେ ଖସି ପଡ଼ିଲା ୬ ବର୍ଷୀୟା ଶିଶୁ ରିତିକି, ଦୀର୍ଘ ଆଠ ଘଣ୍ଟାର ରେସକ୍ୟୁ ଅପରେସନ୍ ପରେ…

Advertisement

ନୂଆଦିଲ୍ଲୀ: ସାଧାରଣ ଜନତା ଓ ପ୍ରଶାସନର ବେପରୁଆ କାର୍ଯ୍ୟ ଯୋଗୁଁ ଅନେକ ସମୟରେ ନିରୀହ ଜୀବନ ଅକାଳରେ ଚାଲିଯାଇଥାଏ । ଏଭଳି ଏକ ଛାତିଥରା ଘଟଣା ଦେଖିବାକୁ ମିଳିଛି ପଞ୍ଜାବରେ ହୋଶିୟାରପୁରର ଗଦରୀୱାଲା ଗ୍ରାମରେ । ଏକ ବୋରୱେଲରେ ଖସିପଡ଼ିଥିଲା ଏକ ଛଅ ବର୍ଷର ଶିଶୁ । ତେବେ କୁକୁର ଆକ୍ରମଣରୁ ନିଜକୁ ରକ୍ଷା କରିବାକୁ ଯାଇ ଶିଶୁଟି ୩୦୦ ଫୁଟର ଗଭୀର ଗାତ ଭିତରେ ପଡ଼ିଯାଇଥିଲା ।

ତେବେ ଏହି ଘଟଣା ପ୍ରଘଟିତ ହେବା ପରେ ଘଟଣାସ୍ଥଳରେ ରେସକ୍ୟୁ ଅପରେସନ ଆରମ୍ଭ ହୋଇଥିଲା । ଶିଶୁଟି ପାଖରେ ଅକ୍ସିଜେନ ପହଞ୍ଚାଇବା ପାଇଁ ଜେସିବି ଦ୍ୱାରା ଭୂମି ଖୋଳା କାର୍ଯ୍ୟ ଆରମ୍ଭ ହୋଇଥିଲା । ଦୀର୍ଘ ୮ ଘଣ୍ଟା ପରେ ଯାହା ଘଟିଲା ତାହା ସମସ୍ତଙ୍କୁ ଅଶ୍ରୁ ପ୍ଲାବିତ କରିଦେଇଥିଲା । ପ୍ରଶାସନ, ସ୍ଥାନୀୟ ଜନତା, ଆତ୍ମୀୟସ୍ୱଜନଙ୍କ ପ୍ରାର୍ଥନା ସବୁ କିଛି ନିଷ୍ଫଳ ହୋଇଥିଲା । ସବୁଦିନ ପାଇଁ ଆଖି ବୁଜି ଦେଇଥିଲା ଏଇ ନିରୀହ ଶିଶୁ ରିତିକ ।

ଏହି ଘଟଣାଟି ହୋଶିୟାରପୁର ଜିଲ୍ଲା ମୁଖ୍ୟାଳୟଠାରୁ ୨୫ କିମି ଦୂରରେ ଘଟିଥିଲା । ରିତିକ ପାଖାପାଖି ୩ ଫୁଟ ଗଭୀର ବୋରୱେଲ ଭିତରେ ଖସିପଡ଼ିଥିଲା । ଋତିକ ୯୫ ଫୁଟ ତଳେ ରହିଥିବା ବେଳେ ତାକୁ ବଞ୍ଚାଇବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ରେସକ୍ୟୁ ଅପରେସନ ଆରମ୍ଭ ହୋଇଥିଲା । ଶିଶୁକୁ ବଞ୍ଚାଇବା ପାଇଁ ସୁଡ଼ଙ୍ଗ ଖୋଳିବା ପାଇଁ ଜେସିବି ମେସିନକୁ କାର୍ଯ୍ୟରେ ଲଗାଯାଇଥିଲା । ତେବେ ରିତିକି ପଛରେ ଗାଁର କୁକୁର ଗୋଡ଼ାଇବାରୁ ନିଜକୁ ବଞ୍ଚାଇବାକୁ ଯାଇ ସେ ଖୋଲା ଥିବା ଏକ ବୋରୱେଲ ତଳେ ଖସି ପଡ଼ିଥିଲା । ଖବର ପାଇଁ ଘଟଣାସ୍ଥଳରେ ଜିଲ୍ଲାର ପ୍ରଶାସନିକ ଅଧିକାରୀମାନେ ପହଞ୍ଚିଥିଲେ । ରିତିକକୁ ଉଦ୍ଧାର ସମୟରେ ସେ ବେହୋସ୍ ଅବସ୍ଥାରେ ଥିଲା, ମାତ୍ର ତା’ର ଜୀବନ ବଞ୍ଚାଇବାରେ ସମସ୍ତ ପ୍ରୟାସ ବ୍ୟର୍ଥ ହୋଇଥିଲା ।

Get real time updates directly on you device, subscribe now.