fbpx

କରୋନା କାଳ ମଧ୍ୟରେ ପଶ୍ଚିମବଙ୍ଗରେ ଷଷ୍ଠ ପର୍ଯ୍ୟାୟ ମତଦାନ ଆରମ୍ଭ

କୋଲକାତା,୨୨ ।୪: ସାରା ଦେଶରେ କରୋନା ବଢିଚାଲିଥିବା ବେଳେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଆଜି ଷଷ୍ଠ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ୪ ଜିଲ୍ଲାର ୪୩ଟି ଆସନ ଲାଗି ଆଜି ସକାଳୁ ମତଦାନ ଆରମ୍ଭ ହୋଇଛି । ଏଥର ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ୩୦୬ ପ୍ରାର୍ଥୀ, ଯାହାଙ୍କର ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୧କୋଟିରୁ ଅଧିକ ଭୋଟର ।

ତେବେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ଶନିବାର ପଞ୍ଚମ ପର୍ଯ୍ୟାୟ ମତଦାନ ହୋଇଥିଲା । କରୋନା ମହାମାରୀ ସମୟରେ ରାଜ୍ୟରେ ମତଦାନକୁ ନେଇ ବିବାଦ ଦେଖାଦେଇଥିଲା । ମିଳିଥିବା ସୂଚନା ମୁତାବକ, ରାଜ୍ୟର ଉତ୍ତର ୨୪ ପ୍ରଗଣାସ୍ଥିତ ମିନାଖାନ ବୁଥ୍‌ରେ ବୋମା ମାଡ଼ ହୋଇଥିଲା । ଏହା ବ୍ୟତୀତ ବର୍ଦ୍ଧମାନ ଉତ୍ତର ବିଧାନସଭା କ୍ଷେତ୍ରର ସରାୟଟୀକର ପ୍ରାଥମିକ ବିଦ୍ୟାଳୟ ବୁଥ୍‍ ସଂଖ୍ୟା ୬୦, ୬୧, ୬୩ ଓ ୭୨ରୁ ଏବଂ ନଦିଆ ଜିଲାରୁ ମଧ୍ୟ ହିଂସା ଓ ସଂଘର୍ଷର ଖବର ସାମ୍ନାକୁ ଆସିଥିଲା ।

Get real time updates directly on you device, subscribe now.