fbpx

୩ ବର୍ଷ ପୂର୍ବରୁ ମରିଯାଇଥିବା ପୁଅ ଏବେ ଫେରିଲା ଘରକୁ, ସରିଥିଲା ଅନ୍ତିମ ସଂସ୍କାର

କରୋନା ସଙ୍କଟରେ ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ବଢି ଚାଲିଥିବା ବେଳେ ମଧ୍ୟପ୍ରଦେଶର ଛତରପୁରରୁ ଏକ ଆଶ୍ଚର୍ଯ୍ୟଜନକର ଘଟଣା ସାମନାକୁ ଆସିଛି । କରୋନା ସଙ୍କଟରେ ଏକ ପରିବାରର ମରିଯାଇଥିବା ପୁଅ ଜୀବିତ ଅବସ୍ଥାରେ ଘରକୁ ଫେରିଆସିଛି । କଥାଟି ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଛତରପୁର ବିଜାୱର ଅଞ୍ଚଳରେ ୩ ବର୍ଷ ପୂର୍ବରୁ ଜଙ୍ଗଲରୁ ଗୋଟିଏ କଙ୍କାଳ ମିଳିଥିଲା, ଯାହାକୁ ଭଗୋଲା ଆଦିବାସୀ ନିଜ ପୁଅ ଭାବେ ଚହ୍ନଟ କରି ଅନ୍ତିମ ସଂସ୍କାର କରିଥିଲେ । କିନ୍ତୁ ଲକ୍-ଡାଉନ ସମୟରେ ପୁଅ ଫେରିଆସିଥିବା ଦେଖି ଗ୍ରାମବାସୀଙ୍କ ସହ ପୁଅର ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଯେଉଁ ପିତା ପୁଅର ଅନ୍ତିମ ସଂସ୍କାର କରିଥିଲେ, ତାହାକୁ ସାମନାରେ ଜୀବନ ଦେଖି ଖୁସି କହିଲେ ନସରେ । ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସ ବି ଆଶ୍ଚର୍ଯ୍ୟ । ତେବେ ୩ ବର୍ଷ ପୂର୍ବରୁ ଘରୁ ରାଗରେ ଚାଲିଯାଇ ହରିୟାଣାର ଗୁରୁଗ୍ରାମରେ ଥିବା କାରଖାନାରେ କାମ କରୁଥିଲେ ଉଦୟ ନାମକ ଯୁବକ । ଲକ୍-ଡାଉନରେ କମ୍ପାନୀ ବନ୍ଦ ହେବାରୁ ସେ ଘରକୁ ଫେରିଆସିଥିଲେ । ଘଟଣାର ଖୁଲାସା ହେବା ପରେ ବନ୍ଦ କରିଥିବା ଫାଇଲକୁ ପୁଣିଥରେ ଖୋଲି ତଦନ୍ତ କରିବାକୁ ଯାଉଛି ପୋଲିସ ।

Get real time updates directly on you device, subscribe now.