fbpx

‘ଆଗାମୀ ଦିନରେ ଦକ୍ଷତା ବିକାଶ ଓଡ଼ିଶାର ରୂପ ରେଖକୁ ବଦଳାଇବ’: ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ୱାଇଁ

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗକୁ ନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ୱାଇଁ ନିଜର ମତବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ପ୍ରଥମ ଥର ପାଇଁ ଓଡ଼ିଶାର ଉଚ୍ଚଶିକ୍ଷା ବିଭାଗକୁ ଦକ୍ଷତା ବିକାଶ ସହ ଯୋଡିଛୁ। ୩୦ଟି ଜିଲାରେ ୩୧ଟି କଲେଜକୁ ଦକ୍ଷତା ବିକାଶ ସହ ଯୋଡ଼ା ଯାଇଛି। କୋରସେରା ସହିତ ପାଖାପାଖି 6 ହଜାର ପାଠ୍ୟ କ୍ରମର ବ୍ୟବସ୍ଥା କରାଯାଇଛି। ଏଥିସହ ଏକ ଲକ୍ଷର ଲାଇସେନ୍ସ ମଧ୍ୟ ବଣ୍ଟନ କରାଯିବ। ଏହା ଡିଜିଟାଲ ମାଧ୍ୟମରେ ପ୍ରଦାନ କରାଯିବ। ଏହା ଦ୍ୱାରା ଛାତ୍ରଛାତ୍ରୀ ମାନେ ପ୍ରତିଦ୍ବନ୍ଦିତା ମୂଳକ ହେବା ସହ ନିଜେ ନିଜକୁ ପ୍ରସ୍ତୁତ କରିପାରିବେ ଏବଂ ନିଜକୁ ସାମର୍ଥ୍ୟ କରିପାରିବେ।

ସେ ଆହୁରି କହିଛନ୍ତି ଯେ, ଆମର ଲକ୍ଷ କିଭଳି ଓଡ଼ିଶାର ଛାତ୍ର ଛାତ୍ରୀମାନଙ୍କୁ ଦକ୍ଷତା କରେଇପାରିବୁ। ନିଯୁକ୍ତି ସହିତ କିଛି କରିବା ପାଇଁ ନିଜେ ସମର୍ଥ ହୁଅନ୍ତୁ। ଆଗାମୀ ଦିନରେ ଛାତ୍ରଛାତ୍ରୀ ମାନଙ୍କ ସାହାୟକ ହେଇପାରିବ। ଗତ ଦୁଇ ଦିନି ତଳେ ଭରଟିକାଲ ଟ୍ରାନ୍ସପୋର୍ଟରେ ପ୍ରଥମ ବ୍ୟାଚ ଯେଉଁ ବାହାରିଲେ ସେଥିରୁ ଶହେ ପ୍ରତିଶତ ପ୍ଲେସମେଣ୍ଟ ପାଇଲେ.ଏଂବ ପ୍ରଥମ ଥର ପାଇଁ ଓଡିଶାର ଛାତ୍ରଛାତ୍ରୀ ମାନେ ଆଭିଏସନ ସେକ୍ଟରରେ ପ୍ରଥମ ଥର ପାଇଁ ନିଯୁକ୍ତି ପାଇଛନ୍ତି। ଆଗାମୀ ଦିନରେ ଦକ୍ଷତା ବିକାଶ ଓଡ଼ିଶାର ରୂପ ରେଖକୁ ବଦଳାଇବ ବୋଲି ଗଣମାଧ୍ୟମକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ୱାଇଁ ବାଇଟ ଦେଇ କହିଛନ୍ତି।

Get real time updates directly on you device, subscribe now.