fbpx

ସାବଧାନ! କାଳ ହେଉଛି ଅଲିଭା କାଳୀ, ଓଡ଼ିଶା ଫେରନ୍ତା ପ୍ରବାସୀଙ୍କୁ ସ୍କିନ୍ ଡିଜିଜ

ଭୁବନେଶ୍ୱର, ୧୩ା୫(ଓଡ଼ିଶା ଭାସ୍କର): ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଥିବାରୁ ବହୁ ପ୍ରବାସୀ ଓଡ଼ିଆ ବାହାର ରାଜ୍ୟରେ ଫସି ରହିଛନ୍ତି । କିନ୍ତୁ ସେମାନଙ୍କୁ ନିଜ ରାଜ୍ୟକୁ ଫେରେଇ ଆଣିବାକୁ ସରକାର ବହୁ ପଦକ୍ଷେପ ନେଇଛନ୍ତି । ଏହାସହ ବର୍ତ୍ତମାନ ବସ୍ ଓ ଟ୍ରେନ ଯୋଗେ ସେମାନଙ୍କୁ ଓଡ଼ିଶାକୁ ଫେରେଇ ଅଣାଯାଉଛି । ସେମାନଙ୍କୁ ଓଡ଼ିଶାକୁ ଫେରେଇ ଆଣିବା ପରେ କ୍ୱାରେଣ୍ଟିନରେ ରଖିବା ସହ ଅଲିଭା କାଳୀରେ ତାଙ୍କ ହାତରେ ଷ୍ଟାମ୍ପ ଲଗାଯାଉଛି । ଯାହାଦ୍ୱାରା ସେମାନେ ରାଜ୍ୟ ବାହାରୁ ଆସିଥିବା ସ୍ପଷ୍ଟ ହେବ । ଏବେ କିନ୍ତୁ ସେଥିରେ ସ୍କିନ ଡିଜିଜ ହେଉଥିବା ନେଇ ସୂଚନା ମିଳିଛି । ଅଲିଭା କାଳୀ ଲଗେଇବା ପରେ ଲାଗିଥିବା କାଳି ଯାଗାରେ ଚର୍ମ ଉତୁରି ଯାଉଛି । ଆକଳନ ଅନୁସାରେ ପ୍ରତି ୧୦୦ ଲୋକଙ୍କ ମଧ୍ୟରେ ପ୍ରାୟ ଅଧିକାଂଶ ଲୋକଙ୍କ ପାଖରେ ଏହି ସ୍କିନ ଡିଜିଜ ଦେଖାଦେଇଛି । ତେଣୁ ଏବେ ଚିନ୍ତାରେ ପ୍ରବାସୀ । କରୋନାକୁ ଜଗୁଥିବା ବେଳେ ଏବେ ଚର୍ମ ରୋଗ ଚିନ୍ତା ବଢ଼ାଇଛି ।

 

Get real time updates directly on you device, subscribe now.