fbpx
BSKY SKY
BSKY SKY

ମେ ୧୯ରୁ ଉଡ଼ିବ ଏୟାର ଇଣ୍ଡିଆ ବିମାନ

BSKY

ଭୁବନେଶ୍ୱର, ୧୩ା୫(ଓଡ଼ିଶା ଭାସ୍କର): ମେ ୧୯ରୁ ଦେଶର କିଛି ସହରକୁ ଘରୋଇ ବିମାନ ଉଡ଼ିବ ବୋଲି ଜଣାପଡ଼ିଛି । ବିମାନ ଚଳାଚଳ ପାଇଁ ଏୟାର ଇଣ୍ଡିଆର ପ୍ରସ୍ତୁତି ଆରମ୍ଭ ହୋଇଥିବା ନେଇ ସୂଚନା ରହିଛି । ମେ ୧୯ରୁ ଜୁନ ୨ଭିତରେ ସ୍ୱତନ୍ତ୍ର ବିମାନ ଚଳାଚଳ କରିବ । ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ଓ ବେଙ୍ଗାଲୁରୁରେ ଅଧିକ ବିମାନ ଚଳାଚଳ କରିବ । ଏହାସହ ଭୁବନେଶ୍ୱରରୁ ଏକ ବିମାନ ବେଙ୍ଗାଲୁରୁ ଯିବ ବୋଲି ଜଣାପଡ଼ିଛି । ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଅନୁମତିକୁ କେବଳ ଅପେକ୍ଷା ରହିଛି ।
କରୋନା ଭାଇରସ୍ ଯୋଗୁଁ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଛି । ଏହାସହ ସମସ୍ତ ଯାତାୟତ ବସ୍, ଟ୍ରେନ ଓ ବିମାନ ସେବା ମଧ୍ୟ ବନ୍ଦ ଥିଲା । କିନ୍ତୁ ଅଳ୍ପ କେଇଟା ଦିନ ହେବ କିଛିଟା କଟକଣା କୋହଳ ସାଙ୍ଗକୁ ବସ୍, ଟ୍ରେନ ଓ ବିମାନ ସେବା ଚଳାଚଳ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

Get real time updates directly on you device, subscribe now.