fbpx

ଶୀତଦିନେ କମ୍ବଳରେ ମୁଁହ ଢାଙ୍କି ଶୋଉଛନ୍ତି କି ? ଭୋଗିପାରନ୍ତି ଏହିସବୁ ସମସ୍ୟା

ପର୍ଯ୍ୟାପ୍ତ ନିଦ ଶରୀର ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । ଏହା ଦିନର ପରିଶ୍ରମକୁ ଲାଘବ କରିବା ସହ ଶରୀରକୁ ମଧ୍ୟ କିଛି ସମୟ ପାଇଁ ଆରାମ ମିଳିଥାଏ । ଶୋଇବା ସମୟରେ ନିଜର କମଫର୍ଟ ଅନୁସାରେ ଆପଣ ଶୋଇଥାନ୍ତି । ତେବେ ଶୀତଦିନେ ଅନେକ ଜଣ କମ୍ବଳରେ ମୁଁହ ଢାଙ୍କି ଶୋଇବାକୁ ପସନ୍ଦ କରିଥାନ୍ତି । ଏହିପରି ଶୋଇବା ଅଭ୍ୟାସ ଦ୍ୱାରା ଶରୀରରେ କ୍ଷତିକାରକ ପ୍ରଭାବ ପଡିଥାଏ । ମୁହଁ ଢାଙ୍କି ଶୋଇବା ଦ୍ୱାରା ଅମ୍ଲଜାନ ଅଭାବରେ ମୁଣ୍ଡବ୍ୟଥା, ବାନ୍ତି କିମ୍ବା ସଫୋକେସନ୍ ପରି ସମସ୍ୟା ଉପୁଜି ଥାଏ । ଦ୍ଭ ମୁହଁ ଢାଙ୍କି ଶୋଇବା ଦ୍ୱାରା ସ୍ଲିପ୍ ଆପ୍ନିଆ ହେବାର ଆଶଙ୍କା ରହିଛି ।

ସ୍ଲିପ୍ ଆପ୍ନିଆ ହେବା ଦ୍ୱାରା ଶ୍ୱାସ ସମ୍ବନ୍ଧୀୟ ସମସ୍ୟା ଦେଖାଯାଏ । ଏଥିସହ ଶୋଇବାରେ ଅସୁବିଧା ହୋଇଥାଏ ଖାସ୍ କରି ଅନିଦ୍ରା ସମସ୍ୟା ଭୋଗୁଥିବା ବ୍ୟକ୍ତିଙ୍କ ପାଇଁ ଏହା କ୍ଷତିକାରକ ହୋଇଥାଏ ।
– ଅମ୍ଲଜାନ ଅଭାବରୁ ମାଂସପେଶୀ ଏବଂ ରକ୍ତ ସଞ୍ଚାଳନରେ ପ୍ରଭାବ ପଡିଥାଏ ।

– ଏକ ଗବେଷଣାରୁ ଜଣାପଡିଛି କି ୨୩ ଶତକଡା ଲୋକ ଶୋଇବା ବେଳେ ମୁହଁ ଢାଙ୍କି ଶୋଇଥାନ୍ତି । ତେଣୁ ଅଧିକାଂଶ ସେମାନେ ଡେମେନସିଆର ଶିକାର ହୋଇଥାନ୍ତି ।

– ଅଣନିଶ୍ୱାସୀ ଲାଗିବା ଯୋଗୁଁ ବ୍ରେନ୍ ଡ୍ୟାମେଜ୍, ଆଲଜାଇମର, ଡେମେନସିଆ ଏବଂ ହୃଦ୍ଘାତ ହେବାର ଆଶଙ୍କା ଅଛି ।

– ଅଧ୍ୟୟନରୁ ଜଣାପଡିଛି ୪୨ନିୟୁତ ଆମେରିକୀୟ ସ୍ଲିପ୍ ଡିଜଅର୍ଡରରେ ପୀଡିତ । ଏବଂ ୫ଜଣରୁ ୧ଜଣଙ୍କୁ ସ୍ଲିପ୍ ଆପ୍ନିଆ ହୋଇଛି । ଏହି ଗମ୍ଭୀର ସମସ୍ୟା ଶ୍ୱାସକ୍ରିୟାରେ ବାଧା ସୃଷ୍ଟି ହେଲେ ଦେଖାଯାଏ ଯାହା ମୁହଁ ଢାଙ୍କି ଶୋଇବା ଦ୍ୱାରା ହୋଇଥାଏ ।

– ସ୍ଲିପ୍ ଆପ୍ନିଆ, ଆସ୍ଥମା ଏବଂ ହୃଦରୋଗରେ ପୀଡିତ ବ୍ୟକ୍ତି ମୁହଁ ଢାଙ୍କି ଶୋଇବାରୁ ନିବୃତ୍ତ ରୁହନ୍ତୁ । ମସ୍ତିଷ୍କରେ ଅମ୍ଲଜାନ ନପହଁଚି ପାରି ମାନସିକ ସମସ୍ୟା ଯଥା ମୁଣ୍ଡବିନ୍ଧା ଏବଂ ମାଇଗ୍ରେନ୍ ସମସ୍ୟା ମଧ୍ୟ ଦେଖାଯାଏ ।

– ଶୀତଦିନେ ଅତ୍ୟଧିକ ଥଣ୍ଡା ଯୋଗୁଁ ବନ୍ଦ ଘରେ ହିଟର କିମ୍ବା ବ୍ଲୋଅର ବ୍ୟବହାର କରନ୍ତୁ ନାହିଁ । ରୁମରେ ଯେପରି ଭେଣ୍ଟିଲେସନର ବ୍ୟବସ୍ଥା ହୋଇପାରିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ ।

– କୌଣସି ମାନସିକ କିମ୍ବା ଶାରୀରିକ ସମସ୍ୟା ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

– ଶୋଇବା ସମୟରେ ପିଠି ପଟ ଦେଇ ଶୁଅନ୍ତୁ । ଏହାଦ୍ୱାରା ମୁହଁ ଢାଙ୍କି ହୋଇ ରହିବ ନାହିଁ । ପିଠି ପଟ ଦେଇ ଶୋଇବା ସମୟରେ ଅଧିକ ଶୀତ ଲାଗିଲେ କମ୍ବଳରେ କେବଳ କାନ ଢାଙ୍କି ରଖନ୍ତୁ ।

– ଯଦି ମୁହଁ ଢାଙ୍କି ଶୋଇପାରୁ ନାହାନ୍ତି ତେବେ ନିଶ୍ୱାସ ପ୍ରଶ୍ୱାସ ନେବା ପାଇଁ କମ୍ବଳକୁ ଅଧା ଢାଙ୍କି ରଖନ୍ତୁ । ନିଜକୁ କମ୍ବଳ ଭିତରେ ପୁରା ନିବୁଜ କରନ୍ତୁ ନାହିଁ । ପତଳା କିମ୍ବା ଛିଦ୍ର ଥିବା ରେଶମ ବ୍ଲାଙ୍କେଟ୍ କିମ୍ବା ସାଲ୍ ବ୍ୟବହାର କରନ୍ତୁ ।

Get real time updates directly on you device, subscribe now.