fbpx
BSKY
BJD MC SKY
BJD YOUTH SKY

ଶୋଇବା ଭଙ୍ଗିରୁ ଜାଣନ୍ତୁ ବ୍ୟକ୍ତିର ବ୍ୟକ୍ତିତ୍ୱ; ଏହି ୫ ପ୍ରକାର ଶୋଇବାର ଉପାୟ କହିଥାଏ ଅନେକ କଥା

ଯେପରି ପ୍ରତ୍ୟେକ ବ୍ୟକ୍ତିଙ୍କର କାର୍ଯ୍ୟ କରିବାର ପଦ୍ଧତି ଅଲଗା ଅଲଗା ହୋଇଥାଏ, ସେହିପରି ଶୋଇବାର ଉପାୟ ମଧ୍ୟ ଭିନ୍ନ ଅଟେ। ଶୋଇବା ଶୈଳୀ ଦ୍ୱାରା ବ୍ୟକ୍ତିର ଭବିଷ୍ୟତ ଏବଂ ବ୍ୟକ୍ତିତ୍ୱ ବିଷୟରେ ଅନେକ କିଛି ଜାଣିହେବ। ତେବେ ହିନ୍ଦୁ ଧର୍ମରେ ଜ୍ୟୋତିଷ ଶାସ୍ତ୍ର , ବାସ୍ତୁ ଶାସ୍ତ୍ର , ସ୍ୱପ୍ନ ଶାସ୍ତ୍ର ପରି ସାମୁଦ୍ରିକ ଶାସ୍ତ୍ର ମଧ୍ୟ ରହିଛି । ଯେଉଁ ଶାସ୍ତ୍ରରେ ବ୍ୟକ୍ତିର ଶୋଇବା ଶୈଳା ଉପରେ ଅନେକ କଥା କୁହାଯାଇଛି । ତେବେ ସେହି ଶାସ୍ତ୍ର ଅନୁସାରେ ଜଣେ ବ୍ୟକ୍ତିର ଶୋଇବା ଶୈଳୀରୁ ତାର ଭବିଷ୍ୟ ଏବଂ ବ୍ୟକ୍ତିତ୍ୱର ବୈଷ୍ଟ୍ୟଗୁଡୁକ ବିଷୟରେ ଅନେକ କଥା ଜାଣି ହୁଏ । ଶୋଇବା ଉପାୟ ଆପଣଙ୍କ ଆଚରଣ ଏବଂ ବ୍ୟକ୍ତିତ୍ୱ ବିଷୟରେ କ’ଣ ବିଶେଷ ଜିନିଷ କହିଥାଏ ଆସନ୍ତୁ ଜାଣିବା।

ଚିତ୍ ହୋଇ ଶୋଇବା: ସମୁଦ୍ର ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିମାନେ ଶୋଇବା ସମୟରେ ଚିତ୍ ହୋଇ ଶୁଅନ୍ତି ଅର୍ଥାତ ସିଧା ଶୋଇଥାନ୍ତି ସେମାନେ ନିଜ କଥା ବାର୍ତ୍ତାରେ ଗମ୍ଭିର ହୋଇଥାନ୍ତି । ଏଥିସହିତ ଏହି ବ୍ୟକ୍ତିମାନେ ଛୋଟଛୋଟ କଥାରେ କୌଣସି ପ୍ରତିକ୍ରିୟା ଦିଅନ୍ତି ନାହିଁ । ଏତତ୍ ବ୍ୟତୀତ ଏହି ପରି ଶୈଳୀରେ ଶୋଉଥିବା ବ୍ୟକ୍ତିମାନେ ସଫଳତା ହାସଲ କରିବା ପାଇଁ କୌଣସି ପ୍ରକାର ସଟକଟ ଆପଣାଇ ନଥାନ୍ତି ବରଂ ସିଧା ରାସ୍ତାରେ ଚାଲିବାକୁ ପସନ୍ଦ କରିଥାନ୍ତି ।

କଡେଇ ହୋଇ ଶୋଇବା: ଯେଉଁବ୍ୟକ୍ତିମାନେ ଶୋଇବା ସମୟରେ କଡେଇ ହୋଇ ଶୋଇଥାନ୍ତି ଅର୍ଥାତ ଗୋଟିଏ ସାଇଟକୁ ମୁହଁ କରି ଶୋଇଥାନ୍ତି , ସେହିପରି ବ୍ୟକ୍ତିମାନଙ୍କ ସ୍ୱଭାବ ବହୁତ ଶାନ୍ତ ହୋଇଥାଏ । ଏଥିସହିତ ସେମାନେ ଅନ୍ୟମାନଙ୍କ ଉପରେ ବହୁତ ଭରସା କରିଥାନ୍ତି । ତେବେ ଶାସ୍ତ୍ର ଅନୁସାରେ ଏହିପରି ଶୈଳୀରେ ଶୋଉଥିବା ବ୍ୟକ୍ତିମାନେ ନିଜ ସାଙ୍ଗସାଥି ଏବଂ ପରିବାର ସହିତ ଅଧିକ ଘନିଷ୍ଠ ହୋଇଥାନ୍ତି । ଏତତ୍ ବ୍ୟତୀତ ଏହି ବ୍ୟକ୍ତିମାନେ ଅନ୍ୟର ଦୁଖ କଷ୍ଟରେ ସାମିଲ ହୋେଇ ସେମାନଙ୍କୁ ସାହାଯ୍ୟ ମଧ୍ୟ କରିଥାନ୍ତି ।

ଷ୍ଟାର ଫିସ୍ ଶୈଳୀ: ଯେଉଁ ବ୍ୟକ୍ତିମାନେ ଶୋଇବା ସମୟରେ ପେଟେଇ ହୋଇ ଶୋଇବା ସହ ବିଛଣାର ସବୁଆଡକୁ ବୁଲିଥାନ୍ତି , ଏପରି ଲୋକମାନଙ୍କ ବ୍ୟକ୍ତିତ୍ୱ ଏବଂ ସ୍ୱଭାବ ପର ଉପକାରୀ ହୋଇଥାଏ । ଏଥିସହିତ ସେମାନେ ଅନ୍ୟମାନଙ୍କ କଥାକୁ ଖୁବ୍ ଧ୍ୟାନର ସହ ଶୁଣିଥାନ୍ତି ।

ପେଟେଇ ହୋଇ ଶୋଇବା: ଯେଉଁ ବ୍ୟକ୍ତିମାନେ ଶୋଇବା ସମୟରେ ପେଟମାଡି ଶୁଅନ୍ତି ଅର୍ଥାତ୍ ପେଟେଇ ହୋଇ ଶୁଅନ୍ତି ସେମାନେ ଟିକେ ଗର୍ବି ଏବଂ ଅହଙ୍କାରୀ ସ୍ୱଭାବର ହୋଇଥାନ୍ତି । ଏହି ଶୈଳୀରେ ଶୋଉଥିବା ବ୍ୟକ୍ତିମାନେ ସର୍ବଦା ନିଜ ଦୂନିଆରେ ରହିଥାନ୍ତି ଏବଂ ନିଜକୁ ସର୍ବ ଶ୍ରେଷ୍ଠ ବୋଲି ବିବେଚନା କରିଥାନ୍ତି । ଏଥିସହିତ ହେି ବ୍ୟକ୍ତିମାନେ ଖୁସ ମିଞ୍ଜାସର ହୋଇଥାନ୍ତି ଏବଂ ବିଳାଶପୂର୍ଣ୍ଣ ଜୀବନ ଶୈଳୀ ଅତିବାହିତ କରିବାକୁ ପସନ୍ଦ କରିଥାନ୍ତି ।

ଫେଟାଲ ପୋଜିସନ୍: ଫେଟାଲ ପୋଜିସନର ଅର୍ଥ ହେଉଛି ବ୍ୟକ୍ତିମାନେ କଡେଇ ହୋଇ ଶୋଇବା ସହ ନିଜ ଗୋଡକୁ ଛାତିରେ ଲଗାଇ ଥାନ୍ତି । ତେବେ ଏହି ଶୈଳୀରେ ଶୋଉଥିବା ବ୍ୟକ୍ତିମାନଙ୍କ ସ୍ୱଭାବ ନଡ଼ିଆ ଆକାରର ହୋଇଥାଏ । ଯେହାକି ବାହାରରୁ ଶକ୍ତ ଏବଂ ଭିତରୁ ନରମ ହୋଇ

Get real time updates directly on you device, subscribe now.