fbpx
BSKY SKY
BSKY SKY

ଛୋଟ ପିଲାଙ୍କ ମାନସିକ ସ୍ୱାସ୍ଥ୍ୟକୁ ଖରାପ କରୁଛି ସ୍ମାର୍ଟଫୋନ୍: ପାଠପଢ଼ାରେ ଫୋକସ୍ ରହୁନି, ଏକାଗ୍ରତ ହ୍ରାସ ପାଉଛି, ଡିପ୍ରେସନ ବଢ଼ୁଛି

BSKY

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତେ ମୋବାଇଲକୁ ମାତ୍ରାଧିକ ଭାବେ ବ୍ୟବହାର କରୁଥିବା ଦେଖାଯାଉଛି । ବିଶେଷ କରି ଆଜିର ସମୟରେ ସ୍ମାର୍ଟଫୋନ ଛୋଟ ପିଲାଙ୍କର ମାନସିକ ସ୍ଥିତିକୁ ବିଗାଡ଼ି ଦେଉଥିବା ଦେଖାଯାଉଛି । ସ୍ମାର୍ଫଫୋନ ଦେବାକୁ ମନା କରିବାରୁ ଗୋଟିଏ ୮ ବର୍ଷର ପିଲା ତା’ର ୧୨ ବର୍ଷୀୟ ଭାଇକୁ ଛୁରୀରେ ଆକ୍ରମଣ କରିଥିବାର ଖବର ଅତୀତରେ ସାମ୍ନାକୁ ଆସିଥିଲା । ତେଣୁ ଛୋଟା ପିଲାଙ୍କଠାରେ ସ୍ମାର୍ଟଫୋନ ଅଭ୍ୟାସ ଏକ ଭୟଙ୍କର ବୀମାରୀର ରୂପ ନେବାକୁ ବସିଲାଣି ।

ଆଜିର ସମୟରେ ଅଧିକାଂଶ ଅଭିଭାବକ ସେମାନଙ୍କର ସନ୍ତାନଙ୍କର ସ୍ମାର୍ଟଫୋନ ବ୍ୟବହାରକୁ ନେଇ ଅଧିକ ଚିନ୍ତିତ ରହିଛନ୍ତି । ଏହି ଡିଜିଟାଲ ଅଭ୍ୟାସ ପିଲାଙ୍କର ମାନସିକ ଶକ୍ତି ହ୍ରାସ କରିବା ସହିତ ସେମାନଙ୍କର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାର ପ୍ରଭାବରେ ପିଲାଙ୍କଠାରେ ଅବସାସ, ପାଠପଢ଼ାରେ ଖରାପ ପ୍ରଦର୍ଶନ, ଶାରୀରିକ ଯନ୍ତ୍ରଣା, ଚାପ, ଏକାଗ୍ରତା ହ୍ରାସ ଆଦି ଦେଖାଉଛି ।

ତେବେ ଏଭଳି ସ୍ଥିତିରେ ସମସ୍ତ ପିତାମାତାଙ୍କ ପାଇଁ ଏକ ବଡ଼ ଗୁରୁଦାୟିତ୍ୱ ରହିଛି । ସେମାନେ ଯଦି ନିଜ ନିଜର ପିଲାଙ୍କ ବାଟକୁ ଆଣିବାରେ ଅସଫଳ ହୁଅନ୍ତି ତେବେ ଆଗାମୀ ଦିନରେ କେବଳ ସେମାନଙ୍କର କ୍ଷତି ହେବ ନାହିଁ ଏହା ଆମ ସମାଜ ଉପରେ ବଡ଼ ପ୍ରଭାବ ପକାଇବ । ପିଲାଙ୍କୁ ଯଥାସମ୍ଭବ ମୋବାଇଲ ପରି ଡିଭାଇସ୍ ଠାରୁ ଦୂରେଇ ରଖନ୍ତୁ । ପିଲାଙ୍କୁ ଆଉଟଡୋର ଗେମ୍ସରେ ସାମିଲ କରିବା ସହିତ ସେମାନଙ୍କର ମାନସିକତାକୁ ବୁଝିବାକୁ ଚେଷ୍ଟା କରନ୍ତୁ । ପିଲାଙ୍କ ପାଇଁ କ୍ୟାରମ ବୋର୍ଡ, ପଜଲ୍ସ ଗେମ୍ସ ଆଦିର ବ୍ୟବସ୍ଥା କରନ୍ତୁ । ପିଲାମାନେ କିପରି ଅଧିକ ସମୟ ଖେଳକୁଦରେ ବିତାଇ ପାରିବେ ସେନେଇ ପ୍ରୟାସ କରନ୍ତୁ । ଧୀରେଧୀରେ ମୋବାଇଲ ଅଭ୍ୟାସ ଛାଡ଼ିଯିବା ଫଳରେ ସେମାନେ ମାନସିକ ଭାବେ ଶକ୍ତିଶାଳୀ ହେବା ସହିତ ଏହା ସେମାନଙ୍କର ପାଠପଢ଼ାର ପ୍ରଦର୍ଶନକୁ ବୃଦ୍ଧି କରାଇବ ।

Get real time updates directly on you device, subscribe now.