fbpx

JEE Mains ପରୀକ୍ଷା ଫଳାଫଳ ଘୋଷଣା: NTA ୱେବସାଇଟକୁ ଯାଇ ରେଜଲ୍ଟ ଚେକ୍ କରିପାରିବେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି (ଏନଟିଏ) ପକ୍ଷରୁ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମୁଖ୍ୟ ପରୀକ୍ଷାର ରେଜଲ୍ଟ ଜାରି କରାଯାଇଛି । ଯେଉଁ ପ୍ରାର୍ଥୀମାନେ ଜେଇଇ ମେନ୍ସ ୨୦୨୪ର ସେସନ-୧ରେ ସାମିଲ ହୋଇଥିଲେ ସେମାନେ ଏନଟିଏ ଜେଇଇ ମେନ୍ସର ଅଫିସିଆଲ ୱେବସାଇଟ https://jeemain.nta.ac.in/କୁ ନିଜ ନିଜର ଫଳାଫଳ ଚେକ୍ କରିପାରିବେ ।

ଜେଇଇ ମେନ୍ସର ଦୁଇଟି ଯାକ ପେପରରେ ମୋଟ ୧୨,୩୧,୮୭୪ ଜଣ ପ୍ରାର୍ଥୀ ପଞ୍ଜିକୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧,୭୦,୦୩୬ ଜଣ ପରୀକ୍ଷା ଦେଇଥିଲେ । ପରୀକ୍ଷାରେ ଉପସ୍ଥିତ ହୋଇଥିବା ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟକୁ ନେଇ ନିଜ ନିଜର ରେଜଲ୍ଟ ଚେକ୍ କରିପାରିବେ । ସ୍କୋରକାର୍ଡ ଡାଉନଲୋଡ୍ କରିବା ସମୟରେ ପ୍ରାର୍ଥୀଙ୍କୁ ନିଜର ଆପ୍ଲିକେସନ ନମ୍ବର ଓ ଜନ୍ମ ତାରିଖ ଦେବାକୁ ପଡ଼ିବ । ଏହା ସହାୟତାରେ ପ୍ରାର୍ଥୀମାନେ ନିଜର ଜେଇଇ ମେନ୍ସ ରେଜଲ୍ଟ ଓ ସ୍କୋର କାର୍ଡ ଚେକ୍ କରିବା ସହିତ ଡାଉନଲୋଡ୍ କରିପାରିବେ ।

ଗତ ଜାନୁଆରୀ ମାସ ୨୪, ୨୭, ୨୯, ୩୦, ୩୧ ଓ ଫେବୃଆରୀ ମାସ ୧ ତାରିଖରେ ଜେଇଇ ମେନ୍ସ ୨୦୨୪ ସେସନ-୧ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଦ୍ୱିତୀୟ ସେସନ ଏପ୍ରିଲ ମାସ ୪ରୁ ୧୫ ପର୍ଯ୍ୟନ୍ତ କରାଯିବା ନେଇ ନିର୍ଦ୍ଧାରିତ ହୋଇଛି । ଚଳିତ ବର୍ଷ ସେସନ-୧ରେ ମୋଟ ୧୨,୩୧,୮୭୪ ଜଣ ପ୍ରାର୍ଥୀ ପଞ୍ଜିକରଣ କରିଥିବା ବେଳେ ୧୧,୭୦,୦୩୬ ଜଣ ପରୀକ୍ଷା ଦେଇଥିଲେ ।

Get real time updates directly on you device, subscribe now.