fbpx

ଭାଇରାଲ ହେବା ଆଶାରେ ଅଡୁଆରେ ପଡିଲେ ଯୁବକ, ଏବେ ଭୋଗିବେ ଦଣ୍ଡ

ନୂଆଦିଲ୍ଲୀ:ଲୋକଙ୍କର ସୋସିଆଉ ମିଡିଆରେ କିଛି ଅନୁସରକଣକାରୀ ବୃଦ୍ଧି ପାଇବା ମାନେ ସେମାନେ ନିଜକୁ ବହୁତ ବଡ ବୋଲି ଭାବନ୍ତି । ନିଜ ଇଚ୍ଛା ମୁତାବକ କାମ କରନ୍ତି ।ଆଉ ଭୁଲି ଯାଆନ୍ତି ସେମାନେ କଣ କରୁଛନ୍ତି । ଏଭଳି ଭାଇରାଲ ହେବାର ନିଶା ବେଳେ ବେଳେ ତାଙ୍କ ଉପରେ ଓଲଟା ମହଙ୍ଗା ପଡିଯାଏ । ତେବେ ଏଭଳି କିଛି ହରକତ କରି ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରୋଲ ହେଉଛନ୍ତି ଯୁବକ । ବେପାରୁଆ ଢ଼ଙ୍ଗରେ ବିମାନ ରେ ଶୋଇ ସିଗାରେଟ ଟାଣୁଛନ୍ତି । ଆଉ ତାଙ୍କର ଏପରି କାର୍ଯ୍ୟ ପାଇଁ ବର୍ତ୍ତମାନ ଅଡୁଆରେ ପଡିଛନ୍ତି ଏହି ଯୁବକ ।

ବିମାନ ଭିତରେ ସିଗାରେଟ ଟାଣିବା ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟ ଦୃଷ୍ଟି ରେ ଏହା ପଡିଛି । ଏହାପରେ ଜ୍ୟୋତିରାଦିତ୍ୟ ଏହି ଘଟଣାର ତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଗମ୍ଭୀରତାର ସହ ଏହି ଭିଡିଓର ତଦନ୍ତ ପାଇଁ ସେ କହିଛନ୍ତି । ଏହା ସହ ସେ କହିଛନ୍ତି ଏଭଳି କାର୍ଯ୍ୟକୁ କଦାପି ବରଦାସ କରାଯିବ ନାହିଁ ।

ସୂଚନାମୁତାବକ ଏହି ଭିଡିଓଟି କିଛି ଦିନ ତଳର । ଏବଂ ଏହି ବିମାନ ସ୍ପାଇସ୍ ଜେଟର ବୋଲି ଜଣାପଡୁଛି । ଏବଂ ଏହି ଭିଡିଓ ରେ ଯେ ଅଛନ୍ତି ସେ ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ବୋଲି ଜଣା ପଡିଛି । ତାଙ୍କ ନାମ ବବି କଟାରିଆ ।ତାଙ୍କର ସୋସିଆଲ ମିଡିଆରେ ୬ଲକ୍ଷରୁ ଅଧିକ ଅନୁସରଣକାରୀ ରହିଛନ୍ତି । ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେବାର ଇଚ୍ଛା ସମସ୍ତଙ୍କୁ ବାଇଆ କରିଛି । ସେଥିପାଇଁ ଲୋକ କିଛି ବି ଭିଡିଓ ସୁଟ କରି ତାକୁ ଅପଲୋଡ କରି ଦେଉଛନ୍ତି । ଏହା ପୂର୍ବରୁ ଗୋଟିଏ ଥର ଭାବୁ ନାହାନ୍ତି ଏହାର ପ୍ରଭାବ ସାଧାରଣ ଲୋକ ମାନଙ୍କ ଉପରେ କଣ ପଡିବ ଏବଂ ଏହା ଲୋକ ମାନଙ୍କୁ କେଉଁ ବାର୍ତ୍ତା ପ୍ରଦାନ କରୁଛି । ତେଣୁ ସୋସିଆଲ ମିଡିଆରେ ଏଭଳି ଅଭଦ୍ରାମୀ ପାଇଁ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି କରାଯାଇଛି ।

Get real time updates directly on you device, subscribe now.