fbpx

ପ୍ରଥମ ଦିନିକିଆରେ ଇଂଲଣ୍ଡକୁ ୭ ୱିକେଟରେ ହରାଇଲା ଭାରତ, ସ୍ମୃତି ମାନ୍ଧାନା ଶତକରୁ ବଞ୍ଚିତ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ବଡ଼ ବିଜୟ ହାସଲ କରିଛ ଭାରତୀୟ ମହିଳା ଦଳ। ୭ ଉଇକେଟ୍‌ରେ ବିଜୟ ସହିତ ଭାରତ ଏହି ସିରିଜରେ ୧-୦ରେ ଅଗ୍ରଣି ରହିଛି। ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲା। ଇଂଲଣ୍ଡ ଦଳ ପ୍ରଥମରୁ ବିପର୍ଯ୍ୟୟର ସାମ୍ନା କରିଥିଲେ ମଧ୍ୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ଙ୍କ ଅବଦାନ ବଳରେ ୫୦ ଓଭରରେ ୭ ଉଇକେଟ୍ ହରାଇ ୨୨୭ ରନ୍ ସଂଗ୍ରହ କରିପାରିଥିଲା। ଜବାବରେ ଭାରତ ପାଇଁ ସ୍ମୃତି ମାନ୍ଧାନା (୯୧), ଯସ୍ତିକା ଭାଟିଆ (୫୦) ଏବଂ ଅଧିନାୟକ ହରମାନପ୍ରୀତ କୌରଙ୍କ (୭୪ ନଟ୍ ଆଉଟ୍‌) ବଳରେ ଭାରତ ଇଂଲଣ୍ଡକୁ ୭ ୱିକେଟରେ ପରାସ୍ତ କରିଛି।

ଇଂଲଣ୍ଡ ପାଇଁ ଡେଭିଡସନ୍ ରିଚାର୍ଡ ଅପରାଜିତ ୫୦ ରନ୍‌ର ପାଳି ଖେଳିଥିବା ବେଳେ ଡାନିଏଲ ୱେଟ୍ ୪୩ ରନ୍ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ ସଫଳ ବୋଲର ଭାବରେ ଦିପ୍ତି ଶର୍ମା ୧୦ ଓଭରରେ ୩୩ ରନ୍ ବ୍ୟୟରେ ୨ଟି ଉଇକେଟ୍ ନେଇଥିଲେ। ଏହାବ୍ୟତିତ ହରଲୀନ୍ ଦେଓଲ୍‌, ସ୍ନେହା ରାଣା, ରାଜେଶ୍ୱରୀ ଗାଉକ୍ୱାଡ୍‌, ମେଘ୍ନା ସିଂ ଏବଂ ଝୁଲଣ ଗୌସ୍ୱାମୀ ଗୋଟିଏ ଲେଖାଏଁ ଉଇକେଟ୍ ନେଇଥିଲେ।

Get real time updates directly on you device, subscribe now.