fbpx

କୋଷ୍ଟାରିକାରେ ବଡ଼ ଦୁର୍ଘଟଣା: ଘାଇରେ ବସ୍ ଖସିବାରୁ ଚାଲିଗଲା ୯ ଜୀବନ, ୩୪ ଗୁରୁତର

ନୂଆଦିଲ୍ଲୀ: ମଧ୍ୟ ଆମେରିକୀୟ ଦେଶ କୋଷ୍ଟାରିକାର ଇଣ୍ଟର- ଆମେରିକୀୟ ରାଜପଥରେ ଏକ ଯାତ୍ରୀବାହୀ ବସ୍ ୭୫ ମିଟର ଉଚ୍ଚରୁ ଘାଇରେ ଖସିପଡ଼ିଥିବା ସୂଚନା ମିଳିଛି । ଏହି ଦୁର୍ଘଟଣା ଫଳରେ ବସରେ ଥିବା ୯ ଜରଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩୪ ଜଣ ଗୁରୁତର ଆହତ ହୋଇଛନ୍ତି । ଅଧିକାରୀଙ୍କ କହିବା ମୁତାବକ, ଭୂସ୍ଖଳନ ଯୋଗୁଁ ଏହି ଦୁର୍ଘଟଣା ହୋଇଛି । ସାନ ଜୋସେ ଠାରୁ ୭୦ କିଲୋମିଟର ଦୂରରେ ଥିବା କାମ୍ବ୍ରୋନିରୋରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ସ୍ଥଳ କୋଷ୍ଟାରିକାର ରାଜଧାନୀକୁ ପ୍ରଶାନ୍ତ ଉପକୂଳବର୍ତ୍ତୀ ପୁଣ୍ଟେରେନାସ୍ ସହିତ ସଂଯୋଗ କରୁଥିବା ଏକ ରାଜପଥରେ ରହିଥିବା ଜଣାପଡିଛି ।

ରେଡକ୍ରସ ସଂଗଠନ କହିଛି ଯେ, ଭୂସ୍ଖଳନ ହେତୁ ବସ୍ ସହିତ ଦୁଇଟି ଗାଡି ମୁହାଁମୁହିଁ ଧକ୍କା ହୋଇ ରାସ୍ତା କଡରେ ଥିବା ଏକ ଖାଲରେ ପଡ଼ିଯାଇଥିଲା । ପୋଲିସ କହିଛି ଯେ, ଜରୁରୀକାଳୀନ ଦଳ ରବିବାର ନଅଟି ମୃତଦେହ ଉଦ୍ଧାର କରିଛନ୍ତି । ରେଡକ୍ରସ ଅନୁଯାୟୀ ୩୪ ଜଣ ଆହତ ହୋଇଛନ୍ତି । କୋଷ୍ଟାରିକାର ରେଡ କ୍ରସ୍ କହିଛି ଯେ, ୩୪ ଆହତଙ୍କ ମଧ୍ୟରୁ ୬ ଜଣ ସାମାନ୍ୟ ଆହତ ହୋଇଛନ୍ତି । ମୋଟ ୨୮ ଜଣଙ୍କୁ ଡାକ୍ତରଖାନା ନିଆଯାଇଥିଲା, ଯେଉଁମାନଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ଗୁରୁତର ରହିଛି । ଦୁଇ ଜଣ ନିଖୋଜ ଥିବା କୁହାଯାଉଛି । ଏହି ବସ୍ ଦେଶର ଉତ୍ତର-ପଶ୍ଚିମ ଦିଗରେ ଥିବା ସାନ୍ ଜୋସ୍ ଏବଂ ସାଣ୍ଟା କ୍ରୁଜ୍ ଡି ଗୁଆନାକେଷ୍ଟ ମଧ୍ୟରେ ଯାତ୍ରା କରୁଥିଲା ।

Get real time updates directly on you device, subscribe now.