fbpx

ମହିଳା ବିଶ୍ୱକପ୍: ହରମନପ୍ରୀତଙ୍କ ସହିତ ‘ପ୍ଲେୟାର ଅଫ୍ ଦି ମ୍ୟାଚ’ ପୁରସ୍କାର ଶେୟାର କଲେ ମନ୍ଧାନା

ନୂଆଦିଲ୍ଲୀ: ଗତକାଲି ମହିଳା ବିଶ୍ୱକପରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ ଟିମ୍ ଇଣ୍ଡିଆ ପାଇଁ ନିଶ୍ଚିତ ଭାବେ ସ୍ପେଶାଲ ରହିଥିଲା । ଭାରତ ୱେଷ୍ଟଇଣ୍ଡିଜକୁ ୧୫୫ ରନରେ ପରାସ୍ତ କରିବା ଯେତିକି ରୋମାଞ୍ଚକର ନଥିବା ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା ଏହି ବିଜୟର ମୁଖ୍ୟ ସୂତ୍ରଧର ଦୁଇ ବ୍ୟାଟ୍ସମ୍ୟାନଙ୍କ କାହାଣୀ । ଏହି ମ୍ୟାଚରେ ସ୍ମୃତି ମନ୍ଧାନା ଓ ହରମନପ୍ରୀତ କୌର ଉଭୟେ ଦୁଇଟି ଶତକ ହାସଲ କରି ଦଳର ବିଜୟରେ ମୁଖ୍ୟ ଭୂମିକା ନିଭାଇଥିଲେ । ଭାରତ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ହରାଇ ୩୧୭ ରନ କରିଥିବା ବେଳେ ପ୍ରତିପକ୍ଷ ମାତ୍ର ୧୬୨ ରନରେ ଅଲଆଉଟ୍ ହୋଇଯାଇଥିଲା ।

ଏହି ମ୍ୟାଚରେ ମନ୍ଧାନା ୧୨୩ ରନ କରିଥିବା ବେଳେ ହରମନପ୍ରୀତ ୧୦୯ ସଂଗ୍ରହ କରିଥିଲେ । ଦୁହେଁ ୧୮୪ ରନର ପାର୍ଟନରସିପରେ ଦଳକୁ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ । ମ୍ୟାଚ ସମାପ୍ତ ପରେ ମନ୍ଧାନାଙ୍କୁ କମେଣ୍ଟର ମ୍ୟାନ ଅଫ୍ ଦି ମ୍ୟାଚ ଭାବେ ଘୋଷଣା କରିଥିଲେ । ଏହାପରେ ମନ୍ଧାନା ହରମନପ୍ରୀତଙ୍କ ସହ ଏହି ପୁରସ୍କାର ଶେୟାର କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଦେଇଥିଲା । ଏନେଇ ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଏନେଇ ମନ୍ଧାନା କହିଛନ୍ତି ଯେ, ଜଣେ ଖେଳାଳି କେବଳ ଶତକ ହାସଲ କରିଦେଲେ ପ୍ଲେୟାର ଅଫ ଦି ମ୍ୟାଚ ପାଇବା ଆଦୌ ଠିକ୍ ନୁହେଁ । ମୁଁ ଭାବୁଛି ଆମେ ଦୁହେଁ ଦଳ ପାଇଁ ସମାନ ଯୋଗଦାନ କରିଛୁ, ଯେଉଁଥିପାଇଁ କି ସ୍କୋର ୩୦୦ ଟପିପାରିଥିଲା । ତେଣୁ ଆମେ ଦୁହେଁ ଏହି ଟ୍ରଫିର ହକଦାର । ଏଥିସହିତ ମନ୍ଧାନା ଭାରତୀୟ ଦଳ ବିଷୟରେ ନିଜର ମତାମତ ପ୍ରଦାନ କରିଥିଲେ ।

Get real time updates directly on you device, subscribe now.