fbpx

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଲେ ନୈମିଶ, ହାସଲ କରିଛନ୍ତି ଏହି ବିରଳ ରେକର୍ଡ

ସିନାପାଲି (ଭାସ୍କର ନ୍ୟୁଜ୍‌): ବୟସ ସିନା ସାନ ହେଲେ ବୁଦ୍ଧି ଏକଦମ୍‌ ଉଚ୍ଚକୋଟୀର । ଖୁବ୍‌ କମ୍‌ ବୟସରୁ କିଛି ବଡ କରିବାର ନିଶା । କଥାରେ ଅଛି ପ୍ରତିଭା କେବେ ଲୁଚି ରହେନା । ଦିନେ ନା ଦିନେ ବିକଶିତ ହୋଇଥାଏ । ସେ ପ୍ରତିଭା ବୟସ୍କ ଲୋକଙ୍କ ଠାରେ ଥାଉ ବା ଛୋଟ ପିଲାଙ୍କ ଠାରେ । ଏମିତି ଏକ ଅନନ୍ୟ ପ୍ରତିଭା ହେଉଛନ୍ତି ନୂଆପଡ଼ା ଜିଲ୍ଲା ସିନାପାଲିର ୩ବର୍ଷ ୬ମାସ ର ନୈମିଶ ମେହେର । ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଲେ ନୂଆପଡ଼ା ଜିଲ୍ଲା ସିନାପାଲି ଗ୍ରାମର ଚୈତନ୍ୟ ମେହେର(ମୁନା) ଓ ତାଙ୍କ ସହଧର୍ମିଣୀ ନମିତା ମେହେରଙ୍କ ପୁଅ ନୈମିଶ ମେହେର । ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ କାର୍ଯ୍ୟାଳୟ, ଫରିଦାବାଦ(ହରିଆଣା)ରୁ ତାଙ୍କ ପାଖକୁ  ଏକ କିଟ୍‌ ପହଞ୍ଚିଛି, ଯେଉଁଥିରେ ରହିଛି ଏକ ପଦକ,ଏକ ମୂଲ୍ୟବାନ କଲମ, ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ -୨୦୨୨ର ପୁସ୍ତକ ଓ ଏକ ପ୍ରଶଂସା ପତ୍ର ।

ମାତ୍ର ୩ ବର୍ଷ ୬ ମାସର ଏହି ବିସ୍ମୟ ବାଳକ ନୈମିଶ ମେହେର ୭ ଟି ରଙ୍ଗ,୮ ଟି ପରିବା,୭ ଟି ଫୁଲ,୧ ରୁ ୨୦ ପର୍ଯ୍ୟନ୍ତ ସଂଖ୍ୟା ଗଣନା,ସାତବାରର ନାମ,ବାରମାସର ନାମ, ଓଡ଼ିଆ ଓ ଇଂରାଜୀ ବର୍ଣ୍ଣମାଳା ଅକ୍ଷର, ୬ ଟି ଋତୁ,୯ ଟି ସଂସ୍କୃତ ମନ୍ତ୍ର,ଭାରତର ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ରାଜଧାନୀ, ୧୬ ଟି ଜାତୀୟ ଚିହ୍ନ,୧୩ ଟି ରାଇମ୍‌ (କବିତା),୯ ଟି କୁଇଜ ପ୍ରଶ୍ନର ଉତ୍ତର, ଶରୀରର ୧୩ ଟି ଅଙ୍ଗ ଚିହ୍ନଟ,ତଥା ୮ ଟି ପଶୁର ନାମ କହି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ ରେ ସ୍ଥାନ ପାଇଛନ୍ତି । ପରିବାରରେ ଉତ୍ତମ ସଂସ୍କାର ତଥା ଶିକ୍ଷା ପାଇ କୁନି ବାଳକ ପାଇଛନ୍ତି ଏହି ସଫଳତା । ଏବଂ ପରିବାର ବର୍ଗ ନିଜ କୁନି ପୁଅର ଏହି ସଫଳତାରେ ଅତ୍ୟନ୍ତ ଖୁସି ଅନୁଭବ କରିଛନ୍ତି । ନୈମିଶଙ୍କ ମା ନମିତା ମେହେର କହନ୍ତି ଯେ ଅସାଧାରଣ ଜ୍ଞାନ ବିଷୟରେ ମାତ୍ର ଦେଢ଼ ବର୍ଷ ବୟସରୁ ଜଣା ପଡ଼ିଥିଲା ବୋଲି କହିଛନ୍ତି ପରିବାର ଲୋକେ । ନୈମିଶ ବାପା ଚୈତନ୍ୟ ମେହେର ସିନାପାଲି ବ୍ଲକ ଛକ୍‌ ରେ ଗୋଟିଏ କମ୍ପ୍ୟୁଟର ଦୋକାନ ଖୋଲିଥିବା ବେଳେ, ମାତା ନମିତା ମେହେର ଗୃହିଣୀ ଅଟନ୍ତି । ନୈମିଶ ବର୍ତ୍ତମାନ ସିନାପାଲି ଶିଶୁ ବିଦ୍ୟା ମନ୍ଦିର ସିନାପାଲି ରେ ପାଠ ପଢିବା ପାଇଁ ସ୍କୁଲ ଯିବା ଆରମ୍ଭ କରିଛନ୍ତି । ସିନାପାଲିର ନାକାଛକରେ ସେ ପରିବାର ସହ ରୁହନ୍ତି । ତେବେ ନୈମିଶଙ୍କ ଆସାଧାରଣ ପ୍ରତିଭା ହେଲା ସେ ଏକା ଥରକେ ୧୧ ଟି ଇଂରାଜୀ ଗୀତ, ଆଲ୍ଫା ବେଟରେ ବ ରୁ ଚ୍ଛ ପର୍ଯ୍ୟନ୍ତ ପଢୁଛନ୍ତି ଓ ପ୍ରତି ଅକ୍ଷରର ଅର୍ଥ ବୁଝାଇ ପାରୁଛନ୍ତି । ଖାଲି ସେତିକି ନୁହେଁ ମହା ମୃତ୍ୟୁଞ୍ଜୟ ମନ୍ତ୍ର, ଗଣେଶ ବନ୍ଦନା, ସାଇ ମନ୍ତ୍ର, ଗାୟତ୍ରୀ ମନ୍ତ୍ର, ହନୁମାନ ଚାଳିସା, ଏବଂ ଜାତୀୟ ସଙ୍ଗୀତ, ଦଶ ପ୍ରକାର ଆକୃତି ଓ ରଙ୍ଗ ଚିନ୍‌ହି ପାରୁଛନ୍ତି । ନୈମିଶଙ୍କ ପିତା ଅନ ଲାଇନରେ ଇଣ୍ଡିଆ ବୁକ୍‌ ଅଫ୍‌? ରେକର୍ଡସ୍‌ ର ପ୍ରତିଯୋଗିତା ବିଷୟରେ ଜାଣି ପାରିଥିଲେ ଓ ଆବେଦନ କରିଥିଲେ । ହରିଆଣାସ୍ଥିତ ସଂସ୍ଥା ପକ୍ଷରୁ ତଥ୍ୟ ମାଗାଯାଇଥିଲା । ମାଗିଥିବା ବିବରଣୀ ଅନୁଯାୟୀ ପିତା ସମସ୍ତ ଭିଡିଓ ଓ ତଥ୍ୟ ଅନ୍‌ଲାଇନରେ ଅପଲୋଡ କରିଥିଲେ । ସିନାପାଲି ଏକ ଉପାନ୍ତ ଅଞ୍ଚଳ ଭାବରେ ପରିଚିତ । କିନ୍ତୁ ଏହି କୁନି ପ୍ରତିଭାଙ୍କ ଅସାଧାରଣ ଜ୍ଞାନ ଯୋଗୁ ଆଜି ଏ ଅଞ୍ଚଳ ଚର୍ଚ୍ଚାରେ । ଏହି ସଫଳତା ପଛରେ ନୈମିଶଙ୍କ ମା ନମିତା ବାପା ଚୈତନ୍ୟ ବଡ଼ ବାପା ହରେଶ୍‌ ବଡ଼ ମା ଭାଗ୍ୟ ମେହେର ସମସ୍ତ ସଦସ୍ୟଙ୍କ ଆଶୀର୍ବାଦ ରହିଛି । ନୈମିଶଙ୍କର ଏହି ପ୍ରତିଭା ପ୍ରଚାରିତ ହେବା ପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି ।

Get real time updates directly on you device, subscribe now.