fbpx

ବିଷଧର ସାପ କାମୁଡ଼ିଲେ କିପରି ବଞ୍ଚାଇବେ ଜୀବନ ?

ଦେଶରେ ପ୍ରତିବର୍ଷ ସାପ କମିଡ଼ିବାରେ ହଜାର ହଜାର ଲୋକଙ୍କର ମୃତ୍ୟୁ ହେଉଛି। ବର୍ତ୍ତମାନର ଋତୁରେ ଅଧିକ ସାପ ବାହାରିବାରୁ ଲୋକମାନେ ଅଧିକ ପ୍ରଭାବିତ ହେଉଛନ୍ତି। ତେବେ ଦେଶରେ ସବୁ ରାଜ୍ୟ ମଧ୍ୟରୁ ବିହାରରେ ପ୍ରାୟ ଲୋକ ସାପ କାମୁଡ଼ାରେ ମରୁଛନ୍ତି। ଅଧିକାଂଶ ଲୋକ ସାପ କାମୁଡ଼ିଲେ ଏତେ ଡରି ଯାଇଥାନ୍ତି ଯେ ତାଙ୍କର ହୃଦଘାତ ହୋଇଯାଇଥାଏ। ଚାଷ ଜମିରେ କାମ କରୁଥିବା ମଜୁରିଆ, ମହିଳା ଓ ଶିଶୁମାନେ ଅଧିକାଂଶ ସାପ କାମୁଡ଼ାରେ ଆକ୍ରାନ୍ତ ହୋଇଥାନ୍ତି। ଏହା ଫଳରେ ସେମାନଙ୍କର ସାମାଜିକ ଆର୍ଥିକ ଅବସ୍ଥା ମଧ୍ୟ ପ୍ରଭାବିତ ହୋଇଥାଏ। ତାହେଲେ ଆସନ୍ତୁ ଜାଣିବା କି, ବିଷଧର ସାପ କାମୁଡ଼ିଲେ କିପରି ନିଜକୁ ବଞ୍ଚାଇବା..

ସାପ କାମୁଡ଼ିବା ପରେ ପ୍ରଥମେ ଜାଣନ୍ତୁ ଯେ କେଉଁ ସାପ କାମୁଡ଼ିଛି। ସେହି ସାପର ଆକାର ପ୍ରକାର କିପରି। ସାପଟି ବିଷହୀନ ମଧ୍ୟ ହୋଇପାରେ।

ପରେ ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଆନ୍ତୁ। ସାପ କାମୁଡ଼ିବା ପରେ ଝଟକା ପାଇବା ଦ୍ବାରା କେତେଜଣଙ୍କ ମୃତ୍ୟୁ ହୋଇଥାଏ। ସାପ କାମୁଡ଼ିଲେ ଗୁଣିଆଙ୍କ ପାଖକୁ ଯାଆନ୍ତୁ ନାହିଁ।

ସାପ କାମୁଡ଼ିବା ସମୟରେ ଚିକିତ୍ସାର ପ୍ରଥମ କାର୍ଯ୍ୟ ହୋଇଥାଏ ଶରୀରର ପ୍ରଭାବିତ ଅଂଶକୁ ସମ୍ପୂର୍ଣ୍ଣ ଭାବରେ ସ୍ଥିର ବା ଅଚଳ କରିଦେବା ଏବଂ ତୁରନ୍ତ ପୀଡ଼ିତ ବ୍ୟକ୍ତିଙ୍କୁ ଡାକ୍ତରଖାନାକୁ ନେଇଯିବା। କପଡ଼ା ବାନ୍ଧିବା ଏବଂ କ୍ଷତକୁ କାଟିଦେବା ବିଷର ପ୍ରଭାବକୁ ଅଧିକ ଗୁରୁତର କରିଦେଇପାରେ ଏବଂ ଏହାକୁ ପ୍ରାଥମିକ ଚିକିତ୍ସା ଭାବରେ ବ୍ୟବହାର କରିବା ଅନୁଚିତ। ବିଷାକ୍ତ ସାପକୁ ଉଦ୍ଧାର କରିବା ଉପାୟ ଦ୍ବାରା ଲୋକମାନଙ୍କ ଏହା ଅବଗତ କରାଯାଇପାରିବ ଯେ ସାପ କାମୁଡ଼ିଲେ ମୃତ୍ୟୁକୁ ରୋକାଯାଇପାରିବ।

Get real time updates directly on you device, subscribe now.