fbpx

ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଏହି ଦେଶରେ ପିଆଯାଏ ସାପ ରକ୍ତ, ସବୁଦିନ ସନ୍ଧ୍ୟାରେ ଏହାକୁ ଚା’, କଫି ପରି ପିଆଯାଇଥାଏ

ଓଡିଶା ଭାସ୍କର; ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବିଭିନ୍ନ କସମେଟିକ୍ସ କିମ୍ବା ଅନ୍ୟାନ ଘରୋଇ ଉପଚାର କରାଯାଇଥାଏ । ହେଲେ ଆପଣ କେବେ ଶୁଣିଛନ୍ତି କି, ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ କେଉଁଠି ସାପ ରକ୍ତ ପିଆଯାଇଥାଏ । ଏହି କଥା ଆପଣଙ୍କୁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ବାସ୍ତବରେ କଥାଟି ସତ । ଏଭଳି ଏକ ଦେଶ ରହିଛି ଯେଉଁଠି ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ସାପ ରକ୍ତ ଦୈନଦିନ ସାପ ରକ୍ତ ପିଆଯାଇଥାଏ ।

ଆମ ସମସ୍ତଙ୍କୁ ଜଣା ସବୁଠାରୁ ଭୟଙ୍କର ଜୀବ ମଧ୍ୟରେ ସାପ ଅନ୍ୟତମ। ଭିନ୍ନ ଭିନ୍ନ ସାପଙ୍କ ମଧ୍ୟରେ ଭିନ୍ନ ଭିନ୍ନ ବିଷ ଭରିହିଥାଏ । କେବଳ ବିଷାକ୍ତ ସାପ ନୁହେ ବରଂ ଯେକୌଣସି ସାପକୁ ବି ଯେ କେହି ଦେଖିବ ସେ ଅଚାନକ ଡରିଯିବ । ମାତ୍ର ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ କୋବ୍ରା ରକ୍ତ ପିଇବାର ପରମ୍ପରା ରହିଛି। କେବଳ ପରମ୍ପରା ପାଇଁ ନୁହେଁ ଏହି ରକ୍ତ ପିଇବା ଦ୍ୱାରା ପୁଅମାନେ ବଳବାନ ହେଉଥିବା ବେଳେ ଝିଅମାନଙ୍କ ତ୍ୱଚା ସୁନ୍ଦର ହୋଇଥାଏ ବୋଲି ସେମାନଙ୍କର ବିଶ୍ୱାସ ରହିଛି। ସକାଳେ ଓ ସନ୍ଧ୍ୟାରେ ବୁଲାବୁଲି କରିବା ସମୟରେ ପ୍ରତିଦିନ ଏହାକୁ ଚା’, କଫି ପରି ପିଆଯାଇଥାଏ। ଏହି ରକ୍ତ ପିଇବାର ୩/୪ ଘଣ୍ଟା ପର୍ଯ୍ୟନ୍ତ ଚା’ କିମ୍ବା କଫି ନ ପିଇବାକୁ ପରାମର୍ଶ ଦିଆଯାଇଥାଏ। ଫଳରେ ଏହି ରକ୍ତ ଶରୀରରେ ଠିକ୍‌ ଭାବେ କାମ କରିଥାଏ।

ସୂଚନା ଅନୁଯାୟୀ, ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା ମାର୍କେଟରେ ପ୍ରତିଦିନ ଏହି ସାପ ରକ୍ତ ବିକ୍ରି ହୋଇଥାଏ । ଏହି ଦୋକାନଗୁଡିକ ସନ୍ଧ୍ୟା ୫ଟାରେ ଖୋଲୁଥିବା ବେଳେ ରାତି ୧ଟାରେ ବନ୍ଦ ହୋଇଥାଏ। ଏହାର ଚାହିଦା ଦିନକୁ ଦିନ ବଢୁଥିବା ଦେଖି ଏଠାକାର ଦୋକାନୀମାନେ ଦିନକୁ ହଜାର ହଜାର ସଂଖ୍ୟାରେ ସାପ କାଟିଥାନ୍ତି। ଲୋକମାନେ ଆଦୌ ଭୟଭୀତ ନ ହୋଇ ଏହାକୁ ସ୍ୱାଦର ସହ ପିଇଥା’ନ୍ତି ବୋଲି ସୂଚନା ରହିଛି ।

Get real time updates directly on you device, subscribe now.