fbpx
BJD
BJD SKY
BJD SKY

ବିଶ୍ୱକପରୁ ବାଦ୍ ପଡ଼ିବ କି ପାକିସ୍ତାନ? ବାବରଙ୍କ ସହ ଅନ୍ୟ କ୍ରିକେଟରଙ୍କୁ ଭାରତ ପାଇଁ ମିଳୁନି ଭିସା

ନୂଆଦିଲ୍ଲୀ: ଅକ୍ଟୋବର ୫ ତାରିଖରୁ ଭାରତରେ ଆୟୋଜନ ହେବ ଦିନିକିଆ ବିଶ୍ୱକପ ୨୦୨୩ । ଏହି ଟୁର୍ଣ୍ଣାମେଣ୍ଟରେ ଅକ୍ଟୋବର ୧୪ ତାରିଖରେ ଭାରତ-ପାକିସ୍ତାନ ହାଇ ଭୋଲ୍ଟେଜ ମ୍ୟାଚ ଖେଳାଯିବ । କିନ୍ତୁ ଏହା ପୂର୍ବରୁ ସେପ୍ଟେମ୍ବର ୨୯ ତାରିଖରୁ ବିଶ୍ୱକପ ପାଇଁ ଆରମ୍ଭ ହେବ ଅଭ୍ୟାସ ମ୍ୟାଚ । କିନ୍ତୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ହିଁ ପାକିସ୍ତାନ ଟିମକୁ ଲାଗିଛି ଏକ ଶକ୍ତ ଝଟକା । ଯାହା ଫଳରେ ପାକିସ୍ତାନର ବିଶ୍ୱକପ ଖେଳିବା ନେଇ ପୁଣିଥରେ ସନ୍ଦେହ ସୃଷ୍ଟି ହୋଇଛି । ଟୁର୍ଣ୍ଣାମେଣ୍ଟରୁ ପାକିସ୍ତାନ ବାଦ୍ ପଡ଼ିପାରେ ବୋଲି ଆଶଙ୍କା ଦେଖାଦେଇଛି ।

ବିଶ୍ୱକପ ପାଇଁ ପାକିସ୍ତାନ ନିଜ ଟିମ ଘୋଷଣା କରିବା ପରେ ଭାରତ ଆସିବାକୁ ମଞ୍ଜୁରୀ ଦେଇନି ପାକିସ୍ତାନ ସରକାର । ସମସ୍ତ ଦଳକୁ ଭାରତର ଭିସା ମିଳିସାରିଥିବା ବେଳେ କେବଳ ବାବର ନେତୃତ୍ୱାଧୀନ ପାକିସ୍ତାନକୁ ଏପର୍ଯ୍ୟନ୍ତ ସରକାରଙ୍କ ତରଫରୁ ମଞ୍ଜୁରୀ ମିଳିନାହିଁ । ତେଣୁ ଦୁବାଇରେ ଖେଳାଳିମାନଙ୍କ ସହ ପାକ୍ କ୍ରିକେଟ ଟିମର କ୍ୟାମ୍ପ ଲଗାଇବାର ପ୍ଲାନ ମଧ୍ୟ ରଦ୍ଦ ହୋଇଛି । ରିପୋର୍ଟ ଅନୁସାରେ, ପାକିସ୍ତାନ ଟିମ୍ ମ୍ୟାନେଜମେଣ୍ଟର ସମସ୍ତ ଖେଳାଳି ବିଶ୍ୱକପ ପୂର୍ବରୁ ଦୁବାଇରୁ ହାଇଦ୍ରାବାଦ ଆସିବାର ଯୋଜନା ରହିଥିଲା । କିନ୍ତୁ ଏବେ ପାକିସ୍ତାନର ସେହି ପ୍ଲାନ ଫେଲ ମାରିଛି । ସେପଟେ ଭାରତ ଆସିବା ପାଇଁ ପାକିସ୍ତାନୀ ଟିମକୁ ଏପର୍ଯ୍ୟନ୍ତ ଭିସାର ଅନୁମତି ଦେଇନାହାନ୍ତି ସରକାର ।

ତେବେ ସପ୍ତାହେ ପୂର୍ବରୁ ଭିସା ପାଇଁ ଆବେଦନ କରିଥିବା ବେଳେ ଏପର୍ଯ୍ୟନ୍ତ ସରକାରଙ୍କ ତରଫରୁ ଏହାକୁ ସବୁଜ ସଂକେତ ଦିଆଯାଇ ନାହିଁ । ଭିସା ନ ମିଳିବାରୁ ପାକ୍ କ୍ରିକେଟ ଟିମ୍ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଲାହୋରରେ ରହିବା ପରେ ଦୁବାଇ ଯାତ୍ରା କରିବେ । ଏହାପରେ ସେଠାରୁ ସେପ୍ଟେମ୍ବର ୨୯ ତାରିଖ ନ୍ୟୁଜିଲାଣ୍ଡ ବିପକ୍ଷରେ ହେବାକୁ ଥିବା ଅଭ୍ୟାସ ମ୍ୟାଚ ପାଇଁ ଭାରତ(ହାଇଦ୍ରାବାଦ)ରେ ପହଞ୍ଚିବ ବାବର ସେନା । ତେବେ ଉଚିତ ସମୟସୀମା ପୂର୍ବରୁ ଦଳକୁ ଭାରତ ଗସ୍ତ ପାଇଁ ଭିସା ମିଳିଯିବ ବୋଲି ଆଶା କରାଯାଉଛି । ନଚେତ ପାକିସ୍ତାନ ଦଳକୁ ଅଭ୍ୟାସ ମ୍ୟାଚରୁ ଓହରିବାକୁ ପଡ଼ିପାରେ ।

Get real time updates directly on you device, subscribe now.