fbpx

(Video) ଆରେ ସାପ, ତୋର ତ ଗୋଡ଼ ନାହିଁ, ମୋ ଚପଲ କାହିଁକି ଚୋରି କରି ନେଉଛୁ

ନୂଆଦିଲ୍ଲୀ: ଅନେକ ସମୟରେ ସୋସିଆଲ ମିଡ଼ିଆରେ ପଶୁପକ୍ଷୀ, ସରୀସୃପଙ୍କର ଅନେକ ମଜାଳିଆ ଭିଡିଓ ଭାଇରାଲ ହୋଇଥାଏ । ତେବେ ନିକଟରେ ଗୋଟିଏ ସାପର ଅଜବ ପ୍ରକାରର କାରନାମା ଦେଖିବାକୁ ମିଳିଛି । ସାପଟି ତା’ର ପାଟିରେ ଏକ ଚପଲକୁ କାମୁଡ଼ି ଧରି ପଳାଇ ଯାଉଥିବା ଦେଖିବାକୁ ମିଳିଥିଲା । ଏହି ଭିଡିଓ ଦେଖିବା ପରେ ଅଧିକାଂଶ ୟୁଜର୍ସ ଗୋଟିଏ ପ୍ରଶ୍ନ କରିଥିଲେ, ‘ସାପଟି ଏହି ଚପଲକୁ ନେଇ କରିବ କଣ?’

ବିଶ୍ୱରେ ହଜାର ହଜାର ପ୍ରଜାତିର ସାପ ଦେଖିବାକୁ ମିଳିଥାନ୍ତି । ତେବେ ସେମାନଙ୍କ ମଧ୍ୟରୁ କିଛି ବିଷାକ୍ତ ହୋଇଥିବା ବେଳେ ଆଉ କିଛି ସାପ ଠାରେ ବିଷ ନଥାଏ । ତଥାପି ସାପକୁ ନେଇ ଲୋକଙ୍କ ମନରେ ଆଜି ବି ଅଜଣା ଭୟ ବାରି ହୋଇପଡ଼େ । ତେବେ ଭିଡିଓରେ ଦେଖାଉଛି, ସାପଟି ଏକ ଇଟା ମଧ୍ୟରୁ ବାହାରି ଘର ଅଭିମୁଖେ ଯାଉଛି । ଏହି ସମୟରେ ସେ ଏକ ଚପଲକୁ ମୁହଁରେ ଧରି ପଳାଇ ଯାଇଥିଲା । ଏହାପରେ ସାପଟି ଚପଲ ସହିତ ବୁଦା ଭିତରେ ପଶିଯାଇଥିଲା ।

ତେବେ ଏହି ଭିଡିଓକୁ ନେଇ ସୋସିଆଲ ମିଡ଼ିଆରେ ହାସ୍ୟରୋଳ ଦେଖିବାକୁ ମିଳିଥିଲା । ଭିଡିଓଟି କେଉଁଠାରୁ ଆସିଛି ସେନେଇ କିଛି ଜଣାପଡ଼ିନାହିଁ । ଭିଡିଓର ବ୍ରାକଗ୍ରାଉଣ୍ଡରେ କିଛି ମହିଳା ଭୋଜପୁରୀ ଭାଷାରେ କଥାବାର୍ତ୍ତା ହେଉଥିବା ଶୁଣାଯାଉଥିଲା । ତେଣୁ ଏହି ଭିଡିଓଟି ଉତ୍ତରପ୍ରଦେଶ କି ବିହାରର କେଉଁ ଅଞ୍ଚଳରୁ ଆସିଥିବା ଅନୁମାନ କରାଯାଉଛି । ଜଣେ ଆଇଏଫଏସ ଅଧିକାରୀ ଭିଡିଓକୁ ଟ୍ୱିଟରରେ ଶେୟାର କରିଥିଲେ । ସାପର ତ ପାଦ ନାହିଁ, ମାତ୍ର ସେ ଚପଲ ନେଇ କୁଆଡ଼େ ଯାଉଛି ବୋଲି ଜଣେ ୟୁଜର୍ସ କମେଣ୍ଟ କରିଛନ୍ତି ।

Get real time updates directly on you device, subscribe now.