fbpx

ଆମାଜନ ବିରୁଦ୍ଧରେ ୪୦ ଦେଶ; ଦରମା ବୃଦ୍ଧି ନେଇ କର୍ମଚାରୀଙ୍କ ରାସ୍ତାରୋକ !

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଇ-କମର୍ସ ସାଇଟ୍ ଆମାଜନ ଚର୍ଚ୍ଚାରେ ରହିଆସୁଛି । ନିକଟରେ ସେ ୧୦,୦୦୦ କର୍ମଚାରୀଙ୍କୁ ଚାକିରୀରୁ ଛଟେଇ କରିଥିବା ବେଳେ ବର୍ତ୍ତମାନ ପୁଣି ଏକ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଆମାଜନ କମ୍ପାନୀ କର୍ମଚାରୀଙ୍କୁ ଉପଯୁକ୍ତ ଦରମା ଦେଉନଥିବା ଖବର ସାମ୍ନାକୁ ଆସିଛି । ଯାହାକୁ ନେଇ ରାସ୍ତାକୁ କର୍ମଚାରୀମାନେ ରଜରାସ୍ତାକୁ ଓହ୍ଲାଇଛନ୍ତି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଇ-କମର୍ସ ସାଇଟ୍ ଆମାଜନ ତାର କର୍ମଚାରୀ ମାନଙ୍କୁ ସଠିକ୍ ଦରମା ଦେଉନଥିବା ଖବର ସାମ୍ନାକୁ ଆସିଛି । ଫଳରେ ଭାରତ, ଆମେରିକା, ୟୁରୋପ ସମେତ ୪୦ ଦେଶର କର୍ମଚାରୀମାନେ ବ୍ଲକ ଫ୍ରାଇଡେ ପ୍ରୋଟେଷ୍ଟ କରିବା ସହ ରାଜରାସ୍ତାକୁ ଓହ୍ଲାଇଛନ୍ତି । ତେବେ ଏହି କର୍ମଚାରୀମାନେ କମ୍ପାନୀଠାରୁ ଭଲ ଦରମା ଏବଂ କାର୍ଯ୍ୟ କରିବା ପାଇଁ ଉତ୍ତମ ପରିବେଶ ଦାବି କରିଛନ୍ତି । ଏଥିସହିତ ସେମାନେ ଏହା ମଧ୍ୟ କହିଛନ୍ତି ଯେ ମୁଦ୍ରାସ୍ଫୀତି ହେତୁ ଖର୍ଚ୍ଚ ବୃଦ୍ଧି ପାଇଛି, ତେଣୁ ଦରମା ସ୍କେଲ ଭଲ ହେବା ଉଚିତ୍ ।

ତେବେ ଏହି ସମସ୍ତ ଦେଶରେ ହଜାର ହଜାର ଆମାଜନ କର୍ମଚାରୀ କମ୍ପାନୀର ଗୋଦାମ ବାହାରେ ବ୍ଲାକ୍ ଫ୍ରାଇଡେ ସେଲ୍ ପ୍ରଦର୍ଶନ କରୁଛନ୍ତି । ପ୍ରକୃତରେ ବ୍ଲାକ୍ ସପିଂ ହେଉଛି ଅନ୍ଲାଇନ୍ ସପିଂ ପାଇଁ ବ୍ୟସ୍ତବହୁଳ ସମୟ । ଏଭଳି ପରିସ୍ଥିତିରେ କର୍ମଚାରୀଙ୍କ କାର୍ୟ୍ୟଦକ୍ଷତା କମ୍ପାନୀର ବ୍ୟବସାୟ ଉପରେ ଏକ ବଡ ପ୍ରଭାବ ପକାଇପାରେ ବୋଲି ଆକଳନ କରାଯାଉଛି ।

Get real time updates directly on you device, subscribe now.