fbpx

କେବଳ ମଣିଷ ନୁହେଁ, ସାପଙ୍କଠାରେ ମଧ୍ୟ ରହିଛି Clitoris: ବୈଜ୍ଞାନିକଙ୍କ ନୂଆ ଖୁଲାସା

AAKASH

ନୂଆଦିଲ୍ଲୀ: ମଣିଷର ଯୌନ ଉତ୍ତେଜା ବୃଦ୍ଧି କ୍ଷେତ୍ରରେ କ୍ଲିଟୋରିସର ଭୂମିକା ଗୁରୁତ୍ୱପୂର୍ଣ୍ଣ । ମହିଳାଙ୍କର ଯୌନାଙ୍ଗ ମଧ୍ୟରେ କ୍ଲିଟୋରିସ ରହିଥିବା ବେଳେ ଏହା ସେମାନଙ୍କର ଚରମ ତୃପ୍ତି କ୍ଷେତ୍ରରେ ସହାୟତା ପ୍ରଦାନ କରିଥାଏ । ତେବେ ନିକଟରେ ବୈଜ୍ଞାନିକମାନେ ଏକ ନୂଆ ତଥ୍ୟ ହାସଲ କରିଛନ୍ତି । ସାପମାନଙ୍କ ଠାରେ ମଧ୍ୟ କ୍ଲିଟୋରିସ ରହିଥିବା ବୈଜ୍ଞାନିକମାନେ ପ୍ରଥମ ଥର ପାଇଁ ଜାଣିପାରିଛନ୍ତି ।

ଏକ ଷ୍ଟଡି ମୁତାବକ, ସାପଠାରେ କ୍ଲିଟୋରିସ ସେମାନଙ୍କର ପ୍ରଜନନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ସମ୍ଭାବନା ରହିଛି । ଏଡିଲେଡ ବିଶ୍ୱବିଦ୍ୟାଳୟର ଅଧ୍ୟୟନକାରୀମାନେ ପ୍ରଥମେ ନଅ ପ୍ରକାରର ସାପ ପ୍ରଜାତିଙ୍କ ମଧ୍ୟରେ ସାପ କ୍ଲିଟୋରିସ ବିଷୟରେ ତଥ୍ୟ ପ୍ରଦାନ କରିଥିଲେ । ତେବେ ସାପଙ୍କଠାରେ କ୍ଲିଟୋରିସ ମିଳିବା ଏକ ଆଶ୍ଚର୍ଯ୍ୟଜନକ କଥା ନୁହେଁ । କାରଣ ସରିସୃପଙ୍କଠାରେ ହେମିକ୍ଲିଟୋରିସ ରହିବା ବହୁତ ସାଧାରଣ ବୋଲି ଆର୍ଜେଣ୍ଟିନାର ନ୍ୟାସନାଲ ୟୁନିଭରସିଟିର ଜଣେ ଯୁବ ବିଜ୍ଞାନୀ କହିଛନ୍ତି ।

ଜୀବ ବିଜ୍ଞାନୀମାନେ ହେମିକ୍ଲିଟୋରିସ ବିଷୟରେ ବହୁତ କମ୍ ଜାଣିଛନ୍ତି, ଏଡିଲେଡ ବିଶ୍ୱବିଦ୍ୟାଳୟର ଜଣେ ଜୀବବିଜ୍ଞାନୀ ଛାତ୍ର ସାପ ହେମିପେନେସ ଉପରେ ଅଧ୍ୟୟନ କରିବା ପରେ ଏହା ଉପଲବ୍ଧି କରିପାରିଥିଲେ । ସେ ହେମିକ୍ଲିଟୋରିସର ଗଠନ କିପରି ଥିଲା ତାହା ଜାଣିବାକୁ ପ୍ରୟାସ କରିଥିଲେ । କିଛି ଅଧ୍ୟୟନରେ ଏହାକୁ ଭୁଲ ଭାବେ ସୂଚିତ କରାଯାଇଥିବା ଜଣାପଡ଼ିଥିଲା । ସାପ ଲାଞ୍ଜ ନିକଟରେ ଥିବା ଏକ ସୁଗନ୍ଧି ଗ୍ରନ୍ଥିକୁ ହେମିକ୍ଲିଟୋରିସ ଭାବେ ଲେବଲ କରାଯାଇଥିଲା । ସେହିପରି ଆଉ କିଛି ଅଧ୍ୟୟନରେ ହେର୍ମୋପ୍ରଡକ୍ଟିଭ ସାପଙ୍କଠାରେ ଥିବା ହେମିପେନିସ ପରି ଗଠନକୁ ମଧ୍ୟ ହେମିକ୍ଲିଟୋରିସର ରୂପ ଦିଆଯାଇଥିଲା ।

Get real time updates directly on you device, subscribe now.