fbpx

(Video) ଫ୍ଲାଇଟ୍ ଖାଦ୍ୟରୁ ବାହାରିଲା ସାପ ମୁଣ୍ଡ: ହେବ ଭଗବାନ, ପାଟିକୁ ଯାଇଥିଲେ କ’ଣ ହୋଇଥାନ୍ତା

ନୂଆଦିଲ୍ଲୀ: ଅନେକ ସମୟରେ ବିଭିନ୍ନ ହୋଟେଲରେ ପରସା ଯାଉଥିବା ଖାଦ୍ୟରୁ କିଛି ଜୀବଜନ୍ତୁ, ଅପରିଷ୍କାର ସାମଗ୍ରୀ ମିଳିଥାଏ । ଏନେଇ ଅନେକ ଭିଡିଓ ଭାଇରାଲ ହେବା ଦ୍ୱାରା ସମ୍ପୃକ୍ତ କମ୍ପାନୀ, ସଂସ୍ଥାର ବଦନାମୀ ହୋଇଥାଏ । ତେବେ ଅନୁରୂପ ଭାବେ ଏକ ଘଟଣାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏକ ଫ୍ଲାଇଟର ଖାଦ୍ୟରୁ ଏକ ସାପର ମୁଣ୍ଡ ମିଳିବା ବିଷୟ ସମସ୍ତଙ୍କୁ ଚକିତ କରିଦେଇଛି ।

ଏହି ଘଟଣାଟି ତୁର୍କି-ଜର୍ମାନ ଏୟାରଲାଇନର ସନ ଏକ୍ସପ୍ରେସର ଏକ ଫ୍ଲାଇଟରେ ଦେଖିବାକୁ ମିଳିଛି । ଏହାପରେ ଏୟାରଲାଇନ କମ୍ପାନୀ ଖାଦ୍ୟ ସପ୍ଲାଇ କରୁଥିବା ଭେଣ୍ଡର ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛି । ଅନ୍ୟପକ୍ଷରେ ଏଭଳି ଅଭିଯୋଗକୁ ଉକ୍ତ ଭେଣ୍ଡର ପକ୍ଷରୁ ଖଣ୍ଡନ କରାଯାଇଛି ।

ଖବର ମୁତାବକ, ଫ୍ଲାଇଟର କ୍ରୁ ମେମ୍ବର ଖାଦ୍ୟ ଖାଉଥିଲେ । ଏହି ସମୟରେ ତାଙ୍କର ଆଲୁ ସବଜିରୁ ଏକ ସାପର ମୁଣ୍ଡ ବାହାରିଥିଲା । ତେବେ ଏହି ମାମଲା ସାମ୍ନାକୁ ଆସିବା ପରେ ଫୁଡ୍ ପ୍ରଦାନକାରୀ ସଂସ୍ଥା ସହ କଣ୍ଟ୍ରାକ୍ଟ ବାତିଲ କରି ଦିଆଯାଇଛି । ଫୁଡ୍ ସମ୍ବନ୍ଧୀୟ ଅଭିଯୋଗକୁ ଏୟାରଲାଇନ କମ୍ପାନୀ ପକ୍ଷରୁ ଅଗ୍ରାହ୍ୟ କରି ଦିଆଯାଇଛି । ସେହିପରି ଖାଦ୍ୟ ରାନ୍ଧିବା ସମୟରେ କୌଣସି ବାହାରର ସାମଗ୍ରୀ ବ୍ୟବହାର କରାଯାଇ ନଥିବା ଫୁଡ୍ ପ୍ରୋଭାଇଡର ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.