fbpx

ଛୁଟି କାଟିବାକୁ ଗଲେ ପତ୍ନୀଙ୍କ ସହ ନୁହେଁ, ତକିଆ ସହ! ଭାଇରାଲ ହେଉଛି ଫଟୋ

ନୂଆଦିଲ୍ଲୀ: ଅନେକ ସମୟରେ ସ୍ୱାମୀ-ସ୍ତ୍ରୀ ଛୁଟି ମନାଇବାକୁ ବାହାରକୁ ଯାଇଥାନ୍ତି । ଅବଶ୍ୟ ବେଳେବେଳେ ଏହା ସମ୍ଭବ ହୋଇନଥାଏ । କିନ୍ତୁ ଏବେ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ବି ପୂରା ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଜଣେ ବ୍ୟକ୍ତି ଛୁଟି ମନାଇବାକୁ ନିଜ ପତ୍ନୀଙ୍କ ସହ ନୁହେଁ ବରଂ ପତ୍ନୀଙ୍କ ଫଟୋ ଥିବା ଏକ ତକିଆ ସହ ଯାଇଥିଲେ ।

ଆଜ୍ଞା ହଁ, ତକିଆ ସହ ଜଣେ ବ୍ୟକ୍ତି ଛୁଟି ମନାଇବାକୁ ଯାଇଥିଲେ । ପ୍ରକୃତରେ ଫିଲିପିନ୍ସର ଜଣେ ବ୍ୟକ୍ତି ଏକ ଭିନ୍ନ ଉପାୟ ଆପଣାଇଥିଲେ ଛୁଟି ମନାଇବାକୁ ଯିବାପାଇଁ । କାରଣ ତାଙ୍କ ପତ୍ନୀ ଶେଷ ମୁହୂର୍ତ୍ତରେ ତାଙ୍କ ସାଙ୍ଗରେ ଛୁଟି ମନାଇବାକୁ ଯିବାକୁ ମନାକରିଦେଇଥିଲେ । ଆଉ ଏହାପରେ ଏଭଳି ଉପାୟ ଆପଣାଇଥିଲେ ବ୍ୟକ୍ତି ଜଣକ । ସାଙ୍ଗରେ ନିଜ ପତ୍ନୀଙ୍କର ଫଟୋ ଥିବା ଏକ ତକିଆକୁ ସାଙ୍ଗରେ ଧରି ବାହାରିଥିଲେ ଛୁଟି କାଟିବାକୁ । ଆଉ ସାଙ୍ଗରେ ଏହି ତକିଆ ଏଥିପାଇଁ ନେଇଥିଲେ ଯେମିତି ତାଙ୍କ ପତ୍ନୀ ମଧ୍ୟ ତାଙ୍ ସହ ଛୁଟି ମାନଇବାବେଳେ ରହିବେ ।

ଫିଲିପିନ୍ସର ରେମଣ୍ଡ ଫର୍ଚ୍ୟୁନାଡୋ ନାମକ ଏହି ବ୍ୟକ୍ତି ଜଣକ ଅନେକ ଦିନରୁ ଛୁଟି ମନାଇବାକୁ ଯିବାକୁ ଯୋଜନା କରିଥିଲେ । କିନ୍ତୁ ଶେଷ ମୁହୂର୍ତ୍ତରେ ପତ୍ନୀ ଜଏନୀ ଫର୍ଚ୍ୟୁନାଡୋ ଛୁଟିରେ ଯିବାକୁ ମନାକରିଦେଇଥିଲେ । କିନ୍ତୁ ରେମଣ୍ଡ ଅନେକ ଦିନରୁ କରିଥିବା ପ୍ଲାନକୁ କ୍ୟାନ୍ସଲ କରିନଥିଲେ, ଆଉ ଛୁଟିରେ ନିଜ ପତ୍ନୀଙ୍କ ଉପସ୍ଥିତି ପାଇଁ ରେମଣ୍ଡ ତାଙ୍କ ପତ୍ନୀଙ୍କ ଚେହେରା ଥିବା ତକିଆକୁ ନିଜ ସାଙ୍ଗରେ ଧରି ବାହାରିପଡ଼ିଥିଲେ । ରେମଣ୍ଡ ତକିଆରେ ଥିବା ପତ୍ନୀଙ୍କ ଫଟୋ ଥବା ତକିଆ ସହ ଅନେକ ଫଟୋ ମଧ୍ୟ ଉଠାଇଛନ୍ତି, ସପିଂବେଳେ, ଖାଇବାବେଳେ, ବୁଲିବାବେଳେ ତକିଆ ସହ ଫଟୋ ଉଠାଇଛନ୍ତି । ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ ରେମଣ୍ଡ ତକିଆର କୋଭିଡ ଥର୍ମାଲ ଟେଷ୍ଟ ମଧ୍ୟ କରାଇଥିଲେ । ଏମିତିକି କିଛି ସ୍ଥାନୀୟ ଲୋକଙ୍କ ସହ ମଧ୍ୟ ତକିଆ ସହ ଫଟୋ ଉଠାଇଥିଲେ ।

ତେବେ ସେ ଏପରି ଏଥିପାଇଁ କରିଛନ୍ତି କାରଣ ସେ ତାଙ୍କ ପତ୍ନୀଙ୍କୁ କହିଥିଲେ ଯେ ସେ ସେବୁବେଳେ ତାଙକ୍ ସହ ରହିବା ପାଇଁ ଶପଥ କରିଥିଲେ । ତକିଆ ତାଙ୍କ ପତ୍ନୀ ତାଙ୍କୁ ଉପହାର ଭାବରେ ଦେଇଥିଲେ । ତେବେ ରେମଣ୍ଡଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ୟୁଜର୍ସ କମେଣ୍ଟ କରିଛନ୍ତି । ୟୁଜର୍ସ କହିଛନ୍ତି ଯେ ତାଙ୍କ ବୁଦ୍ଧିକୁ ମାନିବାକୁ ପଡ଼ିବ, କିଛି ୟୁଜର୍ସଙ୍କୁ ନିଜ ପତ୍ନୀଙ୍କ ପ୍ରତି ଭଲପାଇବା ପାଇଁ ପ୍ରଶଂସା କରିଥିବାବେଳେ ଜଣେ ୟୁଜର କହିଛନ୍ତି ପୂରା ଭିନ୍ନ ଉପାୟ ।

Get real time updates directly on you device, subscribe now.