fbpx
BSKY
BJD MC SKY
BJD YOUTH SKY

(Video) ‘ଆସ ଶୋଇବା, ସେକ୍ସ କରିବା….’ ମୋ ସ୍ତ୍ରୀ ପର ପୁରୁଷକୁ ଏମିତି ଅଫର୍ ଦେଉଛି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ଆମର ସମାଜ କଳୁଷିତ ହେବାରେ ଲାଗିଛି । ଉଭୟ ଅବିବାହିତ ଯୁବକ ଓ ଯୁବତୀମାନେ ବିବାହ ପୂର୍ବରୁ ଗଣ୍ଡା ଗଣ୍ଡା ପାର୍ଟନର ପରିବର୍ତ୍ତନ କରିବା ସହ ହୋଟେଲ, ଲଜ୍ ଯାଇ ରାତି କଟାଉଛନ୍ତି । ସେହିପରି ବିବାହ ପରେ ମଧ୍ୟ ଏହି ଘଟଣା ଆହୁରି ଅଧିକ ବଢ଼ୁଥିବା ଦେଖାଯାଉଛି । କେଉଁଠି ସ୍ୱାମୀ ପର ନାରୀ ସହ ରାତି ବିତାଉଛି ତ କେଉଁଠି ସ୍ତ୍ରୀ ପର ପୁରୁଷ ସହ ଶାରୀରିକ ସମ୍ପର୍କ ରକ୍ଷା କରୁଛି ।

ତେବେ ଆଜିକାଲି ରିଲେସନସିପରେ ରହିବା, ଶାରୀରିକ ସମ୍ପର୍କ ରଖିବା, ଧୋକ୍କା ଦେବା, ଟଙ୍କା ଲୁଟିବା, ଧୋକ୍କା ଦେବା, ହତ୍ୟା କରିବା, ଥାନାକୁ ଦୌଡ଼ିବା ଏକ ସାଧାରଣ କଥାରେ ପରିଣତ ହୋଇଗଲାଣି । ଏଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଜଣେ ଯୁବକ ଲଭ୍ ମ୍ୟାରେଜ କରିଥିବା ବେଳେ ଏବେ ତାଙ୍କର ସ୍ତ୍ରୀ ପର ପୁରୁଷ ସହ ରାତି ବିତାଉଥିବା ସେ ଅଭିଯୋଗ କରିଛନ୍ତି ।

ପୀଡ଼ିତ ଯୁବକ କହିଛନ୍ତି, ତାଙ୍କର ନିଜ ସ୍ତ୍ରୀ ଅନ୍ୟ ଜଣେ ସମ୍ପର୍କୀୟ ଯୁବକଙ୍କ ସହ ରାତି ବିତାଉଛି । ଏକଥାକୁ ସେ ସହ୍ୟ କରି ନପାରି ତାଙ୍କ ସ୍ତ୍ରୀଙ୍କୁ ବୁଝାଇଥିଲେ ହେଁ ସେ ବୁଝି ନଥିଲେ । ଶେଷରେ ଥାନାକୁ ବାରମ୍ବାର ଦୌଡ଼ିବା ପରେ ବି ତାଙ୍କୁ ନ୍ୟାୟ ମିଳିନଥିଲା । ପର ପୁରୁଷ ତାଙ୍କ ସ୍ତ୍ରୀଙ୍କୁ ଆସ ଏକାଠି ରାତି ବିତାଇବା, ସେକ୍ସ କରିବା ବୋଲି ଡାକୁଥିବା ରେକର୍ଡିଂ ତାଙ୍କ ପାଖରେ ଅଛି । ସବୁ ଆଇନ ନାରୀଙ୍କ ପାଇଁ, ପୁରୁଷଙ୍କ ପାଇଁ କିଛି ନାହିଁ ବୋଲି ହତାଶଭରା କଣ୍ଠରେ କାନ୍ଦି କାନ୍ଦି ପୀଡ଼ିତ ଯୁବକ ଜଣଙ୍କ କହିଛନ୍ତି ।

Get real time updates directly on you device, subscribe now.