fbpx

(ଭିଡିଓ) ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ପଶିଲା ସାପ: ଏପଟେ ଭୋଟ ଗଣତି ଚାଲିଛି, ସେପଟେ ସାପ ଦେଖି ନେତାମାନେ ଛାନିଆ

ନୂଆଦିଲ୍ଲୀ: ଆଜି ଓଡ଼ିଶାର ଝାରସୁଗୁଡ଼ା ଉପନିର୍ବାଚନ ଓ କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଭୋଟ ଗଣତି ଚାଲିଛି । କର୍ଣ୍ଣାଟକରେ ବର୍ତ୍ତମାନ ସୁଦ୍ଧା କଂଗ୍ରେସ ୧୧୬ଟି ସିଟରେ ଆଗରେ ରହି ରାଜ୍ୟରେ ବହୁମତ ହାସଲ କରିବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ବିଜେପି ୭୬ଟି ଓ ଜେଡିଏସ ୨୪ଟି ଆସନରେ ଆଗରେ ରହିଛନ୍ତି । ରାଜ୍ୟରେ ସରକାର ଗଠନ କରିବା ପାଇଁ ବିଜେପି-କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ଦକ୍ଷିଣ ଭାରତର ଏହି ରାଜ୍ୟ ଉପରେ ଏବେ ସାରା ଭାରତବର୍ଷର ନଜର ରହିଛି ।
ତେବେ କର୍ଣ୍ଣାଟକରେ ଗୋଟିଏ ପଟେ ଭୋଟ ଗଣତି ପାଇଁ ରାଜନୈତିକ ମହଲ ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ଏହି ସମୟରେ ଘଟିଯାଇଛି ଏକ ବଡ଼ ଘଟଣା । ଜଣେ ବିଜେପି ପ୍ରାର୍ଥୀଙ୍କ ଘରେ ଅଚାନକ ଏକ ସାପ ପଶିଯାଇଛି । ସବୁଠାରୁ ବଡ଼ କଥା ହେଉଛି ସାପଟି ବାସଭବନ ମଧ୍ୟକୁ ପ୍ରବେଶ କରିବା ସମୟରେ ସେଠାରେ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମଇ ଉପସ୍ଥିତ ଥିଲେ । ବିଜେପି ପ୍ରାର୍ଥୀ ଶିବରାଜ ସଜ୍ଜନଙ୍କ ଘରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି ।
ତେବେ ସାପଟି ଅଚାନକ ଘର ମଧ୍ୟକୁ ପଶିଯିବା ପରେ ଚାରିଆଡ଼େ ହୋହାଲ୍ଲା ଦେଖିବାକୁ ମିଳିଥିଲା । ଏହାପରେ ସେଠାକାର କର୍ମଚାରୀମାନେ ସାପକୁ ସଙ୍ଗେସଙ୍ଗେ ବାହାରକୁ ନେଇଯାଇଥିଲେ । ତେବେ ଏହି ଘଟଣାର ଏକ ଛୋଟ ଭିଡିଓ ଏକ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । କର୍ମଚାରୀମାନେ ସାପଟିକୁ ଉଦ୍ଧାର କରୁଥିବା ଭିଡିଓରେ ଦେଖାଯାଉଛି । ଶିଗାଁଠାରେ ଥିବା ବିଜେପିର କ୍ୟାମ୍ପ ଅଫିସରେ ଏହି ଅଘଟଣ ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.