fbpx

(video) ନବ ଦାସ ଝିଅ କେତେ ଭୋଟରେ ହାରୁଛି ଦେଖିବି.. ମୋତେ ଟିଭି ଦିଅ, ଜେଲରେ ଜିଦ୍ ଧରିଛିି ଗୋପାଳ

ଭୁବନେଶ୍ୱର : ମୋ ପାଖରେ ଟିଭି ଲଗାଅ ମୁଁ ରେଜଲ୍ଟ ଦେଖିବି । ଏହି ନିର୍ବାଚନ ଫଳାଫଳକୁ କେବେ ବି ମିସ୍ କରିବାକୁ ଚାହୁଁନାହିଁ । ଟିଭି ଆଗରେ ବସି ଭୋଟ ଗଣତି ଦେଖିବି । ଦିପାଳୀ କେତେ ଭୋଟରେ ହାରୁଛି ମୁଁ ଦେଖିବାକୁ ଚାହେଁ । ଏପରି କିଛି ଜିଦ୍ ଧରି ବସିଛି ଜେଲରେ ଗୋପାଳ ।

ଜେଲ କର୍ତ୍ତୃପକ୍ଷ ଗୋଳପକୁ ବ୍ୟକ୍ତିଗତ ଭାବେ ଟିଭି ଦେବାକୁ ପ୍ରସ୍ତୁତ ନଥିବା ବେଳେ ଗୋପାଳର କିନ୍ତୁ ଏକ ଜିଦ୍ ସେ ଟିଭି ଦେଖିବ । ଖବର ଅନୁଯାୟୀ ଗୋପାଳ କହୁଛି ଯେ, ଆଜି ସେ ଝାରୀସୁଗୁଡା ଫଳାଫଳ ନିଜ ଆଖିରେ ଦେଖିବାକୁ ଚାହୁଁଛି । ଉପନିର୍ବାଚନର ଏହି ଦିନକୁ ବିଲକୁଲ ମିସ୍ କରିବାକୁ ଚାହୁଁନି । ସେପେଟେ ଜେଲ କର୍ତ୍ତୃପକ୍ଷ ଗୋପାଳକୁ ଅନ୍ୟମାନଙ୍କ ସହ ଟିଭି ଦେଖିବାକୁୂ ଛାଡୁନାହାଁନ୍ତି । କାରଣ ଗୋପଳର ଜେଲ ମଧ୍ୟରେ ରହିଛନ୍ତି ଅନେକ ଶତ୍ରୁ । ଯେଉଁମାନେ ଗୋପାଳକୁ ମାରିବାକୁ ଚାହୁଁଛନ୍ତି ବୋଲି ବୋଲି ପୂର୍ବରୁ ଦେଖିବାକୁୂ ମିଳିଥିଲା ।

ଝାରସୁଗୁଡା ଉପନିର୍ବାଚନର ମୁଖ୍ୟ କାରଣ ହେଉଛି ଗୋପାଳ । ଗୋପଳା ପାଇଁ ହିଁ ଝାରସୁଗୁଡାରେ ଉପନିର୍ବାଚନ ହେଉଛି । ଚଳିତବର୍ଷ ୨୯ ଜାନୁଆରୀରେ ଏକ ସଭାକୁ ଯାଉତିବା ବେଳେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ମାରିଥିଲା ଗୋପାଳ । ଯାହା ପରେ ଏହି ଆସନରେ ଉପନିର୍ବାଚନ ଲଢିବା ପାଇଁ ଦିପାଳୀଙ୍କୁ ଟିକେଟ୍ ମିଳିଥିଲା ।

Get real time updates directly on you device, subscribe now.