fbpx

କର୍ଣ୍ଣାଟକରେ ବିଜେପି-କଂଗ୍ରେସ ମଧ୍ୟରେ ଘୋର ଲଢ଼େଇ, JDS ହୋଇପାରେ କିଙ୍ଗମେକର

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣନା ଚାଲିଛି । ସେଠାରେ ସରକାର ବଞ୍ଚାଇବା ବିଜେପି ପାଇଁ ଏକ ଚ୍ୟାଲେଞ୍ଚ ହୋଇପଡିଛି । ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣନା କରାଯାଉଛି । ଏଥି ସହିତ ଏକଜିଟ୍ ସର୍ଭେ ଅନୁଯାୟୀ କଂଗ୍ରେସ ପୁଣି କ୍ଷମତାକୁ ଫେରିବାର ସମ୍ଭାବନା ରହିଛି ।

ମେ ୧୦ ରେ ସମସ୍ତ ୨୨୪ ଟି ଆସନ ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା । ଗତ ବିଧାନସଭା ନିର୍ବାଚନରେ ମଧ୍ୟ କୌଣସି ଦଳ ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିନଥିଲେ । କଂଗ୍ରେସ ଜେଡିଏସ୍ ସହିତ ମିଳିତ ଭାବେ ସେଠାରେ ସରକାର ଗଠନ କରିଥିଲା ।

ତେବେ କର୍ଣ୍ଣାଟକରେ କଂଗ୍ରେସ ବିଜୟ ଆଡକୁ ପାଦ ବଢ଼ାଇବାରେ ଲାଗିଛି । ଏପରି ପରିସ୍ଥିତିରେ କଂଗେଅ୍ରସ ନେତା ଡିକେ ଶିବକୁମାର ସମସ୍ତ ବିଧାୟକଙ୍କୁ ଫୋନ କରି ସମ୍ପର୍କରେ ରହିଛନ୍ତି । କଂଗ୍ରେସ ବିଧାୟକ ଦଳର ବୈଠକ ଆସନ୍ତାକାଲି ଅନୁଷ୍ଠିତ ହେବ ।

ବିଧାନସଭା ନିର୍ବାଚନ ପାଇଁ ବର୍ତ୍ତମାନ ସୁଦ୍ଧା କର୍ଣ୍ଣାଟକରେ ସର୍ବାଧିକ ୭୩.୧୯% ମଦତାନ ହୋଇଥିଲା । କଂଗ୍ରେସକୁ ସବୁଠାରୁ ଅଧିକ ୪୩ % ଭୋଟ୍ ମିଳିଥିବା ବେଳେ ବିଜେପିକୁ ବର୍ତ୍ତମାନ ସୁଦ୍ଧା ୩୬ ପ୍ରତିଶତ ଭୋଟ୍ ମିଳିଛି ।

Get real time updates directly on you device, subscribe now.