fbpx

ଏବେ ନିଶା ନୁହେଁ, ସାପ ବିଷକୁ ବି ନେଇ ବେପାର: ରାକେଟ ଧରିଲା ବନ ବିଭାଗ

ବାଲେଶ୍ୱର: ବାଲେଶ୍ୱର ବାଲିଆପାଳରେ ଏକ ଅଜବ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ନାଗସାପର ବିଷକୁ ନେଇ ବ୍ୟବସାୟ ଆରମ୍ଭ କରି ଦେଇଛି ମଣିଷ ସମାଜ । ଯାହା ବର୍ତ୍ତମାନ ରେଡ ବେଳେ ପୋଳିସ ହାତରେ ଧରା ପଡ଼ିଛି । ସାପ ବିଷ ରାକେଟର ପର୍ଦ୍ଦାଫାସ କରିବା ସହ ପୋଲିସ ୨୫ଟି ନାଗ ସାପ ଉଦ୍ଧାର କରିଛି । ବର୍ତ୍ତମାନ ସହରରେ ଏହି ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ସାମିଲ ରହିଛନ୍ତି ।

ବାଲେଶ୍ୱର ବନଖଣ୍ଡରେ ଏକ ଭୟାନକ ରାକେଟର ପର୍ଦ୍ଦାଫାସ ହୋଇଛି । ନାଗସାପ ବିଷ ରାକେଟକୁ ସବସମ୍ମୁଖକୁ ଆଣିଛି ବନ ବିଭାଗ । ବାଲିଆପାଳ ପଞ୍ଚପଲ୍ଲୀରେ ରେଡ୍ କରି ବନ ବିଭାଗ ଏଭଳି ଏକ ଘଟଣାର ପର୍ଦ୍ଦାଫାସ କରିଛି । ଚଢାଉରେ ଏହି ମାମଲାରେ ମୋଟ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଏଥିରେ ଜଣେ ମହିଳା ମଧ୍ୟ ସାମିଲ ଥିବା ଜାଣିବାକୁ ମିଳିଛି । ଏହାବ୍ୟତୀତ ଘଟଣାସ୍ଥଳରୁ ୨୫ଟି ବିଷଧର ନାଗ ସାପ ମଧ୍ୟ ଉଦ୍ଧାର କରାଯାଇଛି । ନାଗ ସାପ ଦେହରୁ ବିଷ ବାହାର କରି ଏହାକୁ କଳାବଜାରୀ କରୁଥିଲା ଏହି ରାକେଟ । ତେବେ ଏହି ରାକେଟ କେବଳ ଓଡ଼ିଶା ଭିତରେ ସୀମିତ ନାହିଁ, ଏହାର ଚେର ରାଜ୍ୟ ବାହାରକୁ ମଧ୍ୟ ଲମ୍ବି ରହିଥିବା ନେଇ ବନ ବିଭାଗ ଆଶଙ୍କା କରୁଛି । ତେଣୁ ମାମଲାକୁ ନେଇ ଅଧିକ ଖୋଳତାଡ଼ ଜାରି ରଖିଛି ବନ ବିଭାଗର ଏକ ଟିମ୍ । ତେଣୁ ଖୁବଶୀଘ୍ର ଏଭଳି ଏକ ଭୟାନକ ମାମଲାର ମାଷ୍ଟରମାଇଣ୍ଡକୁ ଗିରଫ କରାଯିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.