fbpx

କେବେ ସାପକୁ ବୋତଲରେ ପାଣି ପିଉଥିବାର ଦେଖିଛନ୍ତି କି?

ଆପଣ କେବେ ସାପକୁ ବୋତଲରେ ପାଣି ପିଉଥିବାର ଦେଖିଛନ୍ତି କି? ଯଦି ନା, ତେବେ ଆସନ୍ତୁୂ ଦେଖିବା ଏହି ଭିଡିଓ । ଭିଡିଓଟି ପୁରୁଣା ହେଲେ ବି ଲୋକମାନଙ୍କ ପାଇଁ ଆଶ୍ଚର୍ଯ୍ୟଜନକର । ବିଷାକ୍ତ ସାପ ବି ମଣିଷ ହାତରୁ ପାଣି ପିଉଛି ।ଏହାକୁ ଆପଣ ସାପ ଓ ମଣିଷର ଭଲ ପାଇବା କହିପାରିବେ ନଚେତ ଆଉ କିଛି । ଆଇଏଏସ ଅବନୀଶ ଶରଣ ନିଜର ଟ୍ୱିଟର ଆକାଉଣ୍ଟରରେ ସେୟାର କରିଛନ୍ତି ।

ଏହି ଭିଡିଓରେ ଜଣେ ବ୍ୟକ୍ତି ଅତି ଆରାମରେ ଗୋଟିଏ ସାପକୁ ବୋତଲରେ ପାଣି ପିଆଉଥିବାର ନଜର ଆସିଛି । ଛୋଟ ପ୍ଲାଷ୍ଟିକ ବୋତଲରେ ପାଣି ପିଇଥିବା ସାପକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଦେଖିବାକୁ ଏହି ମଜାଦାର ଭିଡିଓ..

Get real time updates directly on you device, subscribe now.