fbpx

ଆଜିଠୁ ରେଲଓ୍ବେ ଷ୍ଟେସନରେ ଖୋଲିବ କାଉଣ୍ଟର

ଭୁବନେଶ୍ୱର,୨୨/୫(ଓଡ଼ିଶା ଭାସ୍କର): ଜୁନ୧ରୁ ଦେଶରେ ସାଧାରଣ ଲୋକଙ୍କ ପାଇଁ ୨୦୦ଟି ବିନା ଏସି ଟ୍ରେନ ଚଳାଚଳ ହେବ । ପୂର୍ବରୁ ଯାତ୍ରୀ ମାନେ ଯାତ୍ରା କରିବା ପାଇଁ ଅନଲାଇନ ଟିକେଟ ବୁକିଂ କରିବା ପାଇଁ ବ୍ୟବସ୍ଥା ହୋଇଥିଲା । କିନ୍ତୁ ଷ୍ଟେସନ କାଉଣ୍ଟରରେ ଆଜିିଠୁ ମିଳିବ ରିଜର୍ଭ ଟିକେଟ।ଦେଶର ବଛାବଛା ଷ୍ଟେସନରେ କାଉଂଟର ଖୋଲିବାକୁ ଅନୁମତି ମିଳିଛି।

କାଉଣ୍ଟରରେ କେବଳ ନନ୍ କ୍ୟାସ୍ ପିଆରଏସ୍ ଟିକେଟ୍ ମିଳିବ। ରାଜ୍ୟରେ ଏହା ଖୋର୍ଦ୍ଧାରୋଡ଼୍ ଡ଼ିଭିଜନର ୧୨ଟି ଷ୍ଟେସନରେ ଖୋଲିବ । ପଲାସା, ସୋମପେଟା, ଇଚ୍ଛାପୁରମ୍, ବ୍ରହ୍ମପୁର, ଭଦ୍ରକ ଷ୍ଟେସନରେ ମିଳିବ ।ଛତ୍ରପୁର, ବାଲୁଗାଁ, ଖୋର୍ଦ୍ଧା, ଭୁବନେଶ୍ବର, କଟକ,ପୁରୀ ,ଯାଜପୁର , କେନ୍ଦୁଝର ରୋଡରେ ମିଳିବ ନନ୍ କ୍ୟାସ୍ ପିଆରଏସ୍ ଟିକେଟ୍ ।

Get real time updates directly on you device, subscribe now.