fbpx

ଆଜି ସାବିତ୍ରୀ ବ୍ରତ, କିନ୍ତୁ ଏଥର ସବୁ ଫିକା ଫିକା

ଆଜି ହେଉଛି ପବିତ୍ର ସାବିତ୍ରୀ ଅମାବାସ୍ୟା । ଭାରତୀୟ ପରମ୍ପରା ଅନୁସାରେ ପ୍ରତ୍ୟେକ ସଧବା ମହିଳାମାନେ ଏହି ବ୍ରତକୁ ପାଳନ କରିଥାନ୍ତି । ସ୍ୱାମୀଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘ ଆୟୁଷ କାମନା କରି ଜ୍ୟେଷ୍ଠ ମାସ ଅମାବାସ୍ୟାରେ ଏହି ବ୍ରତ ପାଳନ ହୋଇଥାଏ । ଏହି ବ୍ରତରେ ନାରୀମାନେ ସାବିତ୍ରୀ, ଯମଦେବ ଓ ସତ୍ୟବାନକୁ ପୂଜା କରିଥାନ୍ତି । କିନ୍ତୁ ସାରା ଦେଶରେ କରୋନାକୁ ନେଇ ଲକଡାଉନ ଲାଗୁଥିବାରୁ ଚଳିତ ବର୍ଷ ଏହି ବ୍ରତ ଟିକେ ଫିକା ପଡିବ । ମନ୍ଦିରରେ ଭିଡ ହେବାକୁ ନେଇ ପୂର୍ବରୁ ବହୁ କଟକଣା ଲଗାଇସାରିଛନ୍ତି ରାଜ୍ୟ ସରକାର । ରାଜ୍ୟର ବିଭିନ୍ନ ମନ୍ଦିରରେ ୧୪୪ ଧାରା ଜାରି ହୋଇଛି । ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ, ପୂଜାର୍ଚ୍ଚନା ପାଇଁ କେହି ବି ମନ୍ଦିରକୁ ଯାଇ ପାରିବେ ନାହିଁ । ଯାଜପୁରର ବିରଜା ମନ୍ଦିର ଓ ଜଗତସିଂହପୁରର ବିଭିନ୍ନ ମନ୍ଦିରରେ କଡା କଟକଣା ଲାଗୁ ହୋଇଛି । ସାବିତ୍ରୀ ବ୍ରତର ଭିଡକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.