fbpx
BSKY
BJD SHG SKY
BJD YOUTH SKY

ମହାପ୍ରଭୁଙ୍କ ଚମ୍ପକ ଦ୍ୱାଦଶୀ ନୀତି ସମ୍ପନ୍ନ : ଶ୍ରୀମନ୍ଦିରରେ ପ୍ରବେଶ କଲେ ଦଇତାପତି ସେବ, ଏକ ମାସରୁ ଅଧିକ ସମୟ ଧରି ମହାପ୍ରଭୁଙ୍କ ବିଭିନ୍ନ ନୀତି ସମ୍ପାଦନ କରିବେ…

ପୁରୀ, (ଭାସ୍କର ନ୍ୟୁଜ୍‌) : ରବିବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚମ୍ପକ ଦ୍ୱାଦଶୀ ନୀତି ସମ୍ପନ୍ନ ହୋଇଛି । ଏନେଇ ସକାଳୁ ସକାଳୁ ଚଳଚଞ୍ଚଳ ହୋଇଉଠିଥିଲା ବଡ଼ଦାଣ୍ଡ । ଘୋଷଯାତ୍ରା ପାଇଁ ଆଜିଠୁ ଶ୍ରୀମନ୍ଦିରରେ ପ୍ରବେଶ କଲେ ଦଇତା । ସେମାନେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ସେବକ ହୋଇଥିବାରୁ ରବିବାର ସକାଳେ ମନ୍ଦିରରେ ପ୍ରବେଶ କରିଥିଲେ ।

ରବିବାର ଠାରୁ ଦୀର୍ଘ ୧ ମାସରୁ ଊଦ୍ଧ୍ୱର୍ ସମୟ ଧରି ଏହି ଦଇତାପତି ସେବକମାନେ ମହାପ୍ରଭୁଙ୍କ ସ୍ନାନଯାତ୍ରା, ଅଣସର ନୀତି, ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡ଼ା ଯାତ୍ରା, ସୁନାବେଶ ଓ ନିଳାଦ୍ରୀ ବିଜେ ନୀତି ସମ୍ପାଦନ କରିବେ । ଦଇତା ପ୍ରବେଶ ନୀତି ଆରମ୍ଭ ହେବା ସହ କୋଠ ସୁଆସିଆଁ ସେବକଙ୍କ ଦ୍ୱାରା ଶ୍ରୀମନ୍ଦିରର ରତ୍ନ ସିଂହାସନରେ ଚାରମାଳ ବନ୍ଧାଯାଇଛି । ମହାପ୍ରଭୁଙ୍କ ଘୋଷଯାତ୍ରା ନେଇ ବଉଳକାଠ ସାକ୍ଷୀଗୋପାଳରୁ ସ୍ୱତନ୍ତ୍ର ଶଗଡ଼ିରେ ଆସି ପହଞ୍ଚିଥିବାବେଳେ ସେଗୁଡ଼ିକରେ ସେନାପଟା ନିର୍ମାଣ ପ୍ରସ୍ତୁତ କରାଯିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପକ୍ଷରେ ଶନିବାର ମହାପ୍ରଭୁଙ୍କ ବିବାହ ଉତ୍ସବ ବିଳମ୍ବ ହେବାରୁ ରବିବାର ସକାଳେ ଶ୍ରୀମନ୍ଦିର ଦ୍ୱାରଫିଟାରେ ବିଳମ୍ବ ଘଟିଥିଲା । ମହାପ୍ରଭୁଙ୍କୁ ଦର୍ଶନ ପାଇଁ ବଡ଼ଦାଣ୍ଡରେ ପ୍ରବଳ ଗହଳି ଲାଗି ରହିଥିବାବେଳେ ସିଂହଦ୍ୱାର ଓ ପଶ୍ଚିମଦ୍ୱାରରେ ମଧ୍ୟ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ରବିବାର ସନ୍ଧ୍ୟାରେ ମହାପ୍ରଭୁଙ୍କ ଗୁଆରୀ ପର୍ବ ମହାସମାରୋହରେ ପାଳନ କରାଯାଇଛି । ଶନିବାର ମହାପ୍ରଭୁଙ୍କ ବିବାହ ଉତ୍ସବ ପରେ ରବିବାର ସକାଳେ ସହର ପରିକ୍ରମା କରିଥିଲେ ମଦନମୋହନ ଓ ଋକ୍ମିଣୀ । ଏଥିପୂର୍ବରୁ ଶ୍ରୀନହରରେ ଉଭୟଙ୍କୁ ବନ୍ଦାପନା କରାଯାଇଥିଲା । ରଥଯାତ୍ରା ଆଉ ମାତ୍ର ହାତଗଣତି କିଛି ଦିନ ବାକି ରହିଥିବାବେଳେ ଶ୍ରୀନହର ସମ୍ମୁଖସ୍ଥ ରଥଖଳାରେ ୩ ରଥର ନିର୍ମାଣକାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି ।

Get real time updates directly on you device, subscribe now.