fbpx

ସାମାଜିକ ଦୂରତା କମିଲେ ସଙ୍କଟ ବଢ଼ିବ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୧ା୫(ଓଡ଼ିଶା ଭାସ୍କର): କରୋନା ସ୍ଥିତି ନେଇ ୫ମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିଛନ୍ତି । ସେହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ କଥା ଉପରେ ଆଲୋଚନା ହୋଇଥିବା ନେଇ ସୂଚନା ରହିଛି । ଏହାସହ ଗ୍ରାମାଞ୍ଚଳରେ ସଂକ୍ରମଣ ନପହଞ୍ଚୁ ବୋଲି ମୋଦି କହିଛନ୍ତି । ସବୁ ମୁଖ୍ୟମନ୍ତ୍ରୀଙ୍କ ମତ ଅନୁସାରେ ଆଗାମୀ ପଦକ୍ଷେପ ନିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସାମାଜିକ ଦୂରତା କମିଲେ ସଙ୍କଟ ଆହୁରି ବଢ଼ିବ । ସଙ୍କଟରୁ ବର୍ତ୍ତିବାରେ ଭାରତ କିଛି ମାତ୍ରାରେ ସଫଳ ହୋଇଛି । ଆର୍ଥିକ ବ୍ୟବସ୍ଥା ନେଇ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ମତ ଦିଅନ୍ତୁ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.